Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarsini Das.

Tragedy

3  

Priyadarsini Das.

Tragedy

ଅନୁଭୂତି

ଅନୁଭୂତି

1 min
204



କେବେ ବାଳୁତର ନିଷ୍ପାପ ମନରେ 

        କେବେ କୈଶୋରର ଚଞ୍ଚକତାରେ ...

କେବେ ଯୌବନର ଅସ୍ଥିର ମନରେ 

         ପୁଣି କେବେ ପରିପକ୍ୱ ଭାବନାରେ ...।


କେବେ ବାପା , ମା ର ସେନେହରେ 

         କେବେ ଜୀବନସାଥୀର ବାହୁବନ୍ଧନରେ ।

କେବେ ଶାଶୁଘର ଟାହିଟାପୁରା ରେ 

          ପୁଣି କେବେ ବନ୍ଧୁର ଥଟ୍ଟା ,ମଜାରେ ।


କେବେ ଶୀତୁଆ ପବନର ମାଦକତାରେ 

         ପୁଣି କେବେ ବସନ୍ତ ଋତୁର ନିଆରା ଛୁଆଁରେ

ମୋର ଏ ମନ ,ହୃଦୟ 

           ସାଉଁଟିଛି କେତେ ଅନୁଭୂତି  ।।


ଆଜି କାଇଁ ମନରେ ଉଠେ ଏତେ ପ୍ରଶ୍ନ

             ଯାହାର ସମାଧାନରେ ନାହିଁ ତ ଉତ୍ତର 

ଭାବି ବସେ କାଇଁ ସେ ବିଗତ 

             ଯାହାର ସ୍ମରଣେ ମନ ହୁଏ ଅସ୍ଥିର ।


କାହାକୁ ମନ ଭାବେ ବନ୍ଧୁ ବୋଲି 

              କାହାକୁ ପୁଣି ସାଥୀ ବୋଲି

ହେଲେ ସଭିଏଁ ହଜାଇ ଦିଅନ୍ତି 

               ସକାଳର ଶେଫାଳି ପରି ।


କିଛି ଅନୁଭୂତି ଭରିଦିଏ ମଧୁରତା 

               କିଛି ଦିଏ ମନରେ ତିକ୍ତତା

କିଛି ଦେଇଥାଏ ଓଠରେ ଚେନା ଚେନା ହସ

           କିଛି ଓଠକୁ ଦିଏ ଲୁହର ଲବଣତା ।


ତ୍ରିଂଶ ଭାଦ୍ରବର ପ୍ରତିଟି ପବନ 

            ହୃଦୟକୁ ଦେଇଛି ବିବିଧ ସପନ ।


ଜୀବନ ଥିବା ଯାଏଁ ଥିବ ସାଥୀ ହୋଇ

         ମରଣ ଜୁଇରେ ଯିବ ଶୋଇ

ସେଇ ଅନୁଭୂତି .....

   ଯାହାକୁ ଏ ମନ ପାଇଛି 

           କିଛି ହରାଇ ଆଉ କିଛି ପାଇ ।


ହେ ଅନୁଭୂତି ଥିବୁ ମୋର ପାଶେ 

           ଏ ଅସ୍ଥିର ମନର ସାଥୀଟେ ହୋଇ ।


ହେ ମୋର ଅନୁଭୂତି .....।


  


Rate this content
Log in

Similar oriya poem from Tragedy