ଅନୁଭୁତିରେ ବାପା
ଅନୁଭୁତିରେ ବାପା
ଅନୁଭୁତିରେ ମୋ ବାପା
ଏ ସମୟ ଓ ବୟସର ସୁଅ
ଯେତିକି ଆଗକୁ ଆଗକୁ ଚାଲୁଛି
ସେତିକି ବେଶୀ ବେଶୀ
ମନେ ପଡୁଛନ୍ତି ମୋ ବାପା .....
ସମୟ ଓ ବୟସର ସୁଅ
ଯେତିକି ଆଗକୁ ଆଗକୁ ଚାଲୁଛି
ସେତିକି ବେଶୀ ବେଶୀ
ମନେ ପଡୁଛନ୍ତି ମୋ ବାପା .....
ମନେ ପଡେ ସାଇକେଲର
ଆଗ ରଡ଼ ରେ ବସି
ବଜାର ବୁଲିବାର ଅପୂର୍ବଖୁସି ....
ମନେ ପଡେ ତାଙ୍କ ଟିପକୁ
ଜାବୁଡି ଧରି ଚମକିବାର ଅନୁଭୂତି ||
ମନେ ପଡେ ତାଙ୍କ ହାତର ପାପୁଲି
ମୋ ଗାଲକୁ ଥାପୁଡ଼ାଇ
ମୁଣ୍ଡକୁ ଆଉଁସିବାର ଅନୁଭୂତି ....
ମନେ ପଡେ ମା ର ଅସୁସ୍ଥରେ
ତାଙ୍କ ହାତ ରନ୍ଧା .....
ଆଉ କେବେ କେବେ ଅନୁଭଵ ହୁଏ
ବାପାଙ୍କ ଫେରିବା ସାଇକେଲର ଶବ୍ଦ ......
ଏବେ ଏସବୁ ଖୋଲା ଆଖିର ସ୍ବପ୍ନ
କେବଳ ତାଙ୍କର ଅନୁପସ୍ଥିହିଁ
ମୋ ଅନୁଭୂତି ||
ମନେ ପଡେ ସୂରୁଜକୁ ସାଥି କରି
କାମକୁ ଚାଲିଯାନ୍ତି ପାହାନ୍ତାରେ
ଚନ୍ଦ୍ରକୁ ସାଥି କରି
ଫେରି ଆସନ୍ତି ସନ୍ଧ୍ୟାରେ
ଆଉ ବସିପଡି
ଫୁଙ୍କନଳା ଶବ୍ଦର ଏକ ଦୀର୍ଘନିଃଶ୍ୱାସ
ଛାଡ଼ନ୍ତି ପାଟିରେ ||
ମୁଁ ବି କେତେ ନିର୍ବୋଧ ଥିଲି
ବୁଝି ପାରେନା ସେ ନିଶ୍ୱାସର ମୁଲ୍ୟ
ଅଝଟରେ ପଚାରି ବସେ
କଣ ଆଣିଛ ମୋଲାଗି ବାପା ??????
କଣ ଆଣିଛ ମୋଲାଗି ବାପା .......
ଏବେ କାଇଁ ବେଶୀ ବେଶୀ
ମାନେ ପଡନ୍ତି ମୋ ବାପା .....
ବୋଧ ହୁଏ ତାଙ୍କ ଅନୁପସ୍ଥିତି
ଜଣାଇ ଦେଉଛି ଜୀବନ୍ତ ମୂର୍ତି ଟିଏ
ଥିଲେ ମୋ ବାପା .....
ଝିଅ ପାଇଁ ଛାତଟିଏ ବାପା
ସ୍ନେହର ଚାଦରଟିଏ ବାପା
ଝାଳ ଆଉ ପରିଶ୍ରମର ଉଦାହରଣ ମୋ ବାପା
ମୋ ଚଲାପଥର
ବର୍ତ୍ତମାନ ମାର୍ଗଦର୍ଶକ ମୋ ବାପା .....
ଜୀବନ ଚଲା ପଥରେ
ଯେବେ ଯେବେ ଝୁଣ୍ଟେ
ସେତିକି ବେଶୀ ବେଶୀ
ମନେ ପଡନ୍ତି ମୋ ବାପା ......
ସେତିକି ବେଶୀ ବେଶୀ
ମନେ ପଡନ୍ତି ମୋ ବାପା ......