ଅନ୍ତସ୍ୱର
ଅନ୍ତସ୍ୱର


ଶାଣିତ ଏ ଅନ୍ତସ୍ୱର
ବିଧୁର ବେଦନା,
କିଏ ଅବା ବସି ଥିବ
ଏକାକି ଲଳନା ।
ପ୍ରତିକ୍ଷିତ ସମୟର
ସମର୍ପଣ ଭାବ,
ଭାବlବେଗ ନିଃସଙ୍ଗତା
ଅବା ଝୁରୁ ଥିବ ।
ହାତ ଠାରି ଡାକୁଥିବ
କହୁଥିବ କାନେ,
ଇପ୍ସିତ ସେ ମୁହୂର୍ତ୍ତର
ଆତ୍ମା ର ବନ୍ଧନେ ।
ସୁକ୍ଷ୍ମ ଶିହରଣ ଭରି
ନିଃସର୍ତ୍ତ ସ୍ପନ୍ଦନ,
ଯ
ନ୍ତ୍ରଣାର ଉପଲବ୍ଧି
ଥିବ ସ6ମ୍ମାହନ ।
ଅବ୍ୟକ୍ତ ସେ ଭାବନା ର
ନିଶିଦ୍ଧ ଇଲାକା,
ଅନୁଭବେ ଝୁରି ହୁଏ
ନିଃଶବ୍ଦ ପ୍ରତୀକ୍ଷା ।
ଅନ୍ତହୀନ ଉପେକ୍ଷାର
ପରିବ୍ୟାପ୍ତ ସୀମା,
ସୀମାହୀନ ଅବଜ୍ଞାର
ଅଥଳ ନୀଳିମା ।
ଅବା ହୋଇ ଥାଇ ପାରେ
ବିଦୃପ ଉପେକ୍ଷା,
ପ୍ରତିକ୍ଷିତ ମୁହୂର୍ତ୍ତର
ଅପହଞ୍ଚ ଇଲାକା ।