ଅଂଶୁଘାତ
ଅଂଶୁଘାତ
ଗିତ ଗାଉଗାଉ ସୁର ହଜିଯାଏ
ହଜିଯାଏ ସବୁ ସ୍ମୃତି
ସ୍ମୃତିରେ ଯାହାର
ଛବି ଅଙ୍କାଯାଏ
ସରିଯାଏ ରଙ୍ଗତୁଳୀ !
ମାଟିର ଏ ଦେହ ମାଟିରେ ମିଶିବ
କେତେ କୋଳାହଳ କେତେଯେ ନୀରବ
ହସିହସି ଏଠି ଲୁହରେ ବତୁରି ଯିବ ।
ଲୁହରେ କାହାର ସମ୍ପର୍କର ଖିଅ !
ଭଷା ବାଦଲରେ ଚିଲ
ଘୁରି ଘୁରି ଯିଏ ଖୋଜୁଛି ବସନ୍ତ
ପଳାସ ଡାଳରେ
ଭରା ଯୌବନର ଅଂଶୁଘାତ,
ଯାହାକୁ ଅନ୍ତରେ ଝୁରିମାରୁ
ସିଏ ପାରେନାହିଁ ଜଳି
ଜଳି ଜଳି ଯିଏ ରକତ ଢାଳିଛି
ତା ପାଦେ ଛନ୍ଦିଛି ଡୋରି ।।