The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Rashmibala Satapathy

Abstract

2  

Rashmibala Satapathy

Abstract

ଅନଲାଇନ୍ ଶିକ୍ଷା

ଅନଲାଇନ୍ ଶିକ୍ଷା

1 min
64



କରୋନା ପାଇଁ ସରକାରଙ୍କ ନୂଆ ଶିକ୍ଷା ନୀତି,

ପାଠପଢା ହେବ ଅନଲାଇନରେ ଏବେ ନିତି ନିତି।

ଅଭିଭାବକ ପିଲା ପଡନ୍ତି ଚିନ୍ତାରେ,

ସ୍ମାର୍ଟ୍ ଫୋନ ଆଉ ନେଟୱର୍କର ସମସ୍ୟାରେ।

ଇଚ୍ଛା ଶକ୍ତି ପିଲାଙ୍କର କମି କମି ଯାଏ,

ପାଠପଢା ପ୍ରତି ତାଙ୍କର ଆଗ୍ରହ ନ ଥାଏ।

ଶିକ୍ଷକ ନୀୟମେ ବନ୍ଧା କରନ୍ତି କର୍ତ୍ତବ୍ୟ,

ସମସ୍ୟା ଜ୍ଞାତ ଥିଲେ ବି ପଢେଇବାକୁ ବାଧ୍ୟ।

ଗରିବ ପିଲାର ମୋବାଇଲ ନାହିଁ ପାଶେ,

ବାଧକ ସାଜିଛି କରୋନା ଅର୍ଥାଭାବ ସେଶେ।

ଖାଇବାକୁ ପେଟ ଭରି ନ ଥାଏ ଯେ ଅର୍ଥ,

ରିଚାର୍ଜ କରିବା କିଭଳି ସବୁଠି ଚାଲିଛି ସ୍ୱାର୍ଥ।

କେତେକଙ୍କ ଘର ପାଶେ ନେଟୱର୍କ ଆସେ ନାହିଁ,

ଦୂର ଦୁରାନ୍ତ କୁ ଯିବାକୁ ପଡ଼େ ନିରାପତ୍ତା କୁ ଖାତିର ନାହିଁ।

ଶିକ୍ଷକ ପଢେଇ ଚାଲନ୍ତି ସିଲବସ୍ ଅନୁସାରେ,

ବୁଝିପାରନ୍ତି ନାହିଁ ଛାତ୍ର ଛାତ୍ରୀ ଶିକ୍ଷକଙ୍କ ପଢା ଢାଞ୍ଚାରେ।

ସ୍ମାର୍ଟ୍ ଫୋନ୍, ନେଟୱର୍କ ସେବାର ଯଦି ହେବ ସୁବିଧା,

ଅନଲାଇନ ପାଠ ପଢ଼ାରେ ଦୂର ହେବ ସମସ୍ତ ଅସୁବିଧା।



Rate this content
Log in

More oriya poem from Rashmibala Satapathy

Similar oriya poem from Abstract