ଅନଲାଇନ ଶିକ୍ଷା
ଅନଲାଇନ ଶିକ୍ଷା


ଏମିତି ଆସିଲା ଏଇ ଯେ କୋରୋନା,
ସଭିଙ୍କୁ କରିଲା ଘାଇଲା.
ରୋଗର ଡରରେ କେବେ ପ୍ରଭାରେ,
କେତେ ନିରୀହଙ୍କୁ ମାରିଲା ।
ପ୍ରକୃତିକୁ ନେଇ ଏ ମଣିଷ ଜାତିଟା,
ଖେଳୁଛି ଜାତି ଜାତିକାର ଖେଳ.
ଯେତେ ଦୁଷ୍ଟ ବୁଦ୍ଧି ସବୁ ଏକାଠି ହୋଇଣ,
ପୃଥି ନାଶିବାକୁ କରିଛନ୍ତି ପରା ମେଳ ।
ନିଜେ ତ ମରିବେ ସାଙ୍ଗରେ ଅନ୍ୟକୁ ମାରିବେ,
କିଏ ବୁଝାଇବ ଏବେ ତାଙ୍କୁ କୁହ.
ଭାଇ ଏ ରୋଗଟାର ଯାହା ହେବା ହେଉ
ବଢିଛି ଅନଲାଇନ ଶିକ୍ଷାର ମୋହ ।
ମଧୁଆଟା ସିନା ମଦ ପିଇ ପିଇ,
ତା ଅଧା ଜୀବନଟା କାଟି ଦେଲା.
ହେଲେ ଏ କୋରୋନା ପାଇଁଟି ଅଧା ବୟସରେ,
ତା ପୁଅଠୁ ମୋବାଇଲ ଧରିବା ଶିଖିଗଲା ।
ଘରେ ପଛେ ନଥିଲେ ନଥାଉ ,
ଖାଇବାକୁ ଦାନା କାହାର ମୁଠାଏ.
ସରକାର ଆମ କହିଛନ୍ତି ଅନଲାଇନ ପଢ଼,
ହେଲେ ଦିଅନ୍ତିନି ମୋବାଇଲ ଗୋଟାଏ ।
ତଥାପି ଖୁସିରେ ଡେଉଁଛି ମଧୁଆ,
ପୁଅ ତାର ନୂଆ ମୋବାଇଲରେ ପାଠ ପଢୁଛି .
ଘର ଚାଳ ପଛେ ତାର ଅଛିଆ ରହୁ,
କିଛି ଗୋଟେ ନୂଆ ଶିଖିବାକୁ ମିଳୁଛି ।।।