Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Others

3  

Biswanath Nayak

Others

ଅନ୍ଵେଷଣ

ଅନ୍ଵେଷଣ

1 min
176



ଧନ ହଜିଗଲେ

ମିଳିଯାଏ ସିନା

ମନ ହଜିଗଲେ ମିଳେନା,

     ହଜିବା ମନକୁ

     ଖୋଜିବା ପାଇଁକି

     ସାରା ଜୀବନଟା ଅଣ୍ଟେନା। 

ନଦୀ ହଜିଗଲେ

ସାଗର ବୁକୁ୍ରେ

ପରିଚୟ ତା'ର ମିଳେନା,

     ଆତ୍ମା ମିଶିଗଲେ

     ପରମାତ୍ମା ଦେହେ

     ଶରୀର ସେ ଆଉ ଖୋଜେନା। 

ମଧୁ ମଳୟରେ

ସୁରଭି ମିଶିଲେ

ଫୁଲ ତା'କୁ ଖୋଜି ପାରେନା,

     ଲୁହ ଭିଜିଗଲେ

     ପଣତ କାନିରେ

     ଆଖି ତା'କୁ ଖୋଜି ପାଏନା। 

କଳା ମେଘ ଦେ‌ହେ

ଚପଳା ହଜିଲେ

ଆକାଶ ତ ଖୋଜି ପାରେନା,

     କ୍ଷୀର ସାଥେ ନୀର

     ହୋଇଗଲେ ଏକ

     ସୁସଙ୍ଗ ପରାୟେ ତୁଟେନା। 

ଚିନ୍ତା କୋଳେ ଯଦି

ନିଦ ଯାଏ ହଜି

ମଣିଷ ଖୋଜିଲେ ପାଏନା,

     ସିମନ୍ତିନୀ ମଥା 

     ସିନ୍ଦୂର ହଜିଲେ

     ଏ ଜୀବନେ ଆଉ ମିଳେନା। 

ପ୍ରଭୁ ପାଦପଦ୍ମେ

ହଜିଗଲେ ମନ

ଭକତ ଖୋଜିଣ ପାଏନା,

      ଭକ୍ତ ଭଗବାନ

      ହୋଇଯାନ୍ତି ଏକ

      ହଜିବାରେ କିବା ଶୋଚନା !


Rate this content
Log in