Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Classics Inspirational

3  

Prafulla Chandra Mishra

Classics Inspirational

ଅମୃତମୟ ଉତ୍କଳ (୯)

ଅମୃତମୟ ଉତ୍କଳ (୯)

1 min
239



ଭାରତ ପଦ୍ମ ରେ କେଶର ଉତ୍କଳ

   ମଧୁ ଅମୃତ ସଂଚରେ

ସେ ଅମୃତେ ବଶ ଦେବତା ”ଭ୍ରମର-

  ରୂପେ” ହୋନ୍ତି ଅବତାର ।


ଉତ୍କଳ ର ବାଲି ଶରଧାବାଲି ରେ

  ସେ ବାଲି ବୋଳି ମଥାରେ

ପାଟି,ତାପି ଯେତେ ତରିଯାଇଛନ୍ତି

  ଅନିତ୍ୟ ମିଛ ସଂସାରେ ।


ଉତ୍କଳ ଶ୍ମଶାନ ସରଗ ଦୁଆର

   ଏଠାରେ ମିଳଇ ମୁକ୍ତି

ଏହି ତ ପୂଣ୍ୟ ଅମୃତ ଉତ୍କଳ

   ନାହିଁ ମରଣର ଭିତି ।


ଏହାର ଯୈତ୍ରୀ ପତିତପାବନ

   ବୃକ୍ଷ ଅଟେ କଳ୍ପବଟ

ନୀଳାଦ୍ରି ଶିଖରେ ଉଡ଼େ ଫରହର

   ଫେଡେ ଆରତୀ ଆରତ ।


ଉତ୍କଳ ଦେବତା ଜଗତର ନାଥ

   ଅନାଦି ଅନନ୍ତ ବ୍ରହ୍ମ

ଅଗତିରଗତି ପ୍ରଭୁ ବିଶ୍ଵପତି। 

  ସେ ଅମୃତ ଅନୁପମ ।


ଉତ୍କଳ ର ରନ୍ଧା ଭାତ ତ ମହାର୍ଦ୍ଦ 

  ଅମୃତ ମଣୋହି କହି

କହରେ ଏମିତି ଅମୃତ ରାଇଜ

   ବିଶ୍ଵେ କେ ଦେଖିଛି କାହିଁ ।


ଅନେକ ଉତ୍କର୍ଷ ଉତ୍କଳ ର ଶିରୀ

   ନାହିଁ ତା’ର ପଟାନ୍ତର

ଧରିତ୍ରୀ ସରସୀ ବକ୍ଷରଜ ଉତ୍କଳ

   ଅମୃତମୟ ଉତ୍ପଳ ।



Rate this content
Log in

Similar oriya poem from Classics