ଅମୃତ ମହୋତ୍ସବ-୨
ଅମୃତ ମହୋତ୍ସବ-୨
ମହୀ ମଣ୍ଡଳେ ମୋର ଭାରତ ବର୍ଷ
ଉତ୍କର୍ଷତା ରୁ ବଳି ରୂପ ଉତ୍କର୍ଷ, ମୋ ଭାରତ ବର୍ଷ
ଶୀର୍ଷ ଶେଖର ଯା ମଉଳି ମୁକୁଟ
ସିନ୍ଧୁ ଧୁଏ ଯାର ପଦ,
ସ୍ଵର୍ଗ ମନ୍ଦାକିନୀ ଛଳଛଳ ଛନ୍ଦେ
ଯହିଁ ହୁଏ ପ୍ରବାହିତ
ସଂପଦ ଶାଳିନୀ ବିଶ୍ଵେ ବନ୍ଦିତ, ମୋ ଭାରତ ବର୍ଷ
ସୁଜଳା ସୁଫଳା ୟେ ଶସ୍ୟ ଶ୍ୟାମଳା
ପୁଣ୍ୟମଯୀ ଭ୍ରତ ଖଣ୍ଡ
କାନନ ପ୍ରାନ୍ତର ପର୍ବତ ଶିଖର
ପ୍ରକୃତି ଚିତ୍ର ଶୋଭିତ
ସତେ ଏକି ଧରିତ୍ରୀ ର ମାନ ଦଣ୍ଡ, ମୋ ଭାରତ ଵର୍ଷ ।
ବୈଦିକ ମନ୍ତ୍ର ରେ ଅଭି ମନ୍ତ୍ରୀତ
ପୂଣ୍ୟ ମୋର ବାଲି ମାଟି
ଏ ମାଟି ଚନ୍ଦନ ବାଲି ଶାଳଗ୍ରାମ
ସମସ୍ତେ ସମାନ ଏଠି
ମୁଁ ଭାରତୀୟ ବୋଲି ଗର୍ବ ବହୁତ, ମୋ ଭାରତ ବର୍ଷ ।
ପୂର୍ବ ସୂରି ମହାଯୋଗୀ ମହିୟଷୀ
ମନୀଷୀ ମହର୍ଷି ରୁଷି
ଏମାଟିର ଗାଥା ମହାନତା ପଣେ
ଆକୃଷ୍ଟ ଯେ ବିଶ୍ଵ ବାସି
ଉଡେ ଉଦ୍ଦାମେ ଯାର ତ୍ରୀରଙ୍ଗା ନେତ, ମୋ ଭାରତ ବର୍ଷ ।
ସୁବର୍ଣ୍ଣ ଊତ୍ସବ ପଞ୍ଚସ୍ତରି ବର୍ଷ
ସ୍ଵାଧିନ ଦିବସ ପାଇଁ
ସଜ ହେଉଅଛି ମହାନ ଭାରତ
ଆନନ୍ଦେ ଧାତ୍ରୀ କାନ୍ଦଇ
ହସ ବଦଳରେ ଘାରିଛି ନିରାସ, ମୋ ଭାରତ ବର୍ଷ ।
କଳା କାଳ ଗ୍ରହ ଢାଙ୍କିଛି ସକଳେ
ସ୍ଵାର୍ଥର ଦାସତ୍ଵ ଭୋଗ
ବିଳାସେ ଏ ଜାତୀ ହରାଇ ବସୁଛି
ସୁଖ ବଦଳରେ ଦୁଃଖ
ତଥାପି ରଖିବା ତା ମାନ ମହତ, ମୋ ଭାରତ ବର୍ଷ ।
ଉଡାଇ ଦେବାରେ ତ୍ରୀରଙ୍ଗା କୁ ଆସ
ଶୂନ୍ୟେ ପବନ ଦୋଳି ରେ
ଗାଇବା ଜାତୀୟ ସଙ୍ଗୀତ ମଧୁରେ
ଏକ କଣ୍ଠେ ମନ୍ଦ୍ର ସ୍ଵରେ
ସେ ସ୍ଵରେ ସର୍ବତ୍ର ହେଉ ମୁଖରିତ , ମୋ ଭାରତ ଥଚବର୍ଷ ।
ଅମୃତର ଝର ଝରାଇବାପାଇଁ
ସ୍ଵର୍ଣ୍ଣ ଅମୃତ ଆହ୍ଵାନେ
ଜୀବନ ଉତ୍ସର୍ଗ କରିବା ତା ପାଇଁ
ନିସ୍ଵାର୍ଥ ପରତା ପଣେ
ଗଢିବା ଭିନ୍ନ ଏକ ମର୍ତ୍ତ୍ୟ ବୈକୁଣ୍ଠ, ମୋ ଭାରତଵର୍ଷ