Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanna Kumar Madala

Inspirational

4  

Prasanna Kumar Madala

Inspirational

ଅମର ଶହିଦ୍

ଅମର ଶହିଦ୍

1 min
14.1K


ମରିନାହିଁ ସେ ତ ମରିନାହିଁ

ମାଆ ମାଟି ପାଇଁ ଭୟ ଯା'ର ନାଇଁ

ମରଣକୁ ସିଏ ବରିନାହିଁ ।

ମାରି ଶତୃଗଣେ ଲଢି ଯିଏ ରଣେ

ପଛଘୁଞ୍ଚା କେବେ ଦେଇନାହିଁ

ମମତାର ଡୋରି ପାଇଁ ରକ୍ତ ହୋଲି

ଖେଳିବାକୁ ଶଙ୍କା ନେଇନାହିଁ ,

ନିଜ ସୁଖ ଚିନ୍ତା କରିନାହିଁ

କରିଛି ସମର ରହିବ ଅମର

ମରିନାହିଁ ସେ ତ ମରିନାହିଁ ।

କୋଳେ ମଥା ଥୋଇ ଯାଇଛି ସେ ଶୋଇ

ଶେଷ ନିଦ୍ରାରୁ ଯେ ଉଠିନାହିଁ

ବିଜୟର ନେତ ଉଡାଇଛି ସେ ତ

ଦେଖିବାର ଭାଗ୍ୟ ଯୁଟିନାହିଁ ,

ପ୍ରାଣଭୟେ ଶେଷେ ଥରିନାହିଁ

ଶହିଦ ସେ ବୀର ପଡିଅଛି ଧୀର

ମରିନାହିଁ ସେ ତ ମରିନାହିଁ ।

ମାଆ ମାଟି ପାଇଁ ମଥା ସେ ନୁଆଁଇ

ସମର୍ପଣେ ଯୁଦ୍ଧ ଟାଳିନାହିଁ

ଦର୍ପରେ ତୁହାଇ ରୁଧିର ବୁହାଇ

ଟୋପାଏ ବି ଲୁହ ଢାଳିନାହିଁ ,

ଭୀରୁ ସମ କାହିଁ ଡରିନାହିଁ

ତା' ଚରଣ ତଳେ ପୂଜଇ ମୁଁ ବଳେ

ମରିନାହିଁ ସେ ତ ମରିନାହିଁ ।

ପ୍ରସନ୍ନ କୁମାର ମାଦଳା


Rate this content
Log in