ଅମର ଏ ରାଷ୍ଟ୍ର
ଅମର ଏ ରାଷ୍ଟ୍ର
ପ୍ରଧାନ ସେ ଦେଲେ ଆତ୍ମନିର୍ଭରଟି
ରାଷ୍ଟ୍ରର ବିକାଶ ପାଇଁ,
ଗ୍ରହଣ କଲେ ରାଷ୍ଟ୍ର ଜନତା
ଆତ୍ମନିର୍ଭର ପାଇଁ।
ଦେଲେଟି ପ୍ରଧାନ କର୍ମ ମନୁଷ୍ୟର
ସୁମହତ ପରିଚୟ
ଅକ୍ଷର ହେଲା ପୂଣ୍ୟ ଏ ରାଷ୍ଟ୍ରେ
ହୁଏ କର୍ମର ଜୟ।
କୃଷ୍ଣ ରାମ ଜଗା ଗୁଞ୍ଜନ ରାଷ୍ଟ୍ରରେ
ଅହିଂସାର ଭାବ ଏଠି,
ସମ୍ମାନ ପରା ଗୁଞ୍ଜୁଛି ବିଶ୍ବେ
କେତେ ଆଦର ସେଠି।
ନୂଆ କଳେବର ସ୍ଥାପିତ ରାଷ୍ଟ୍ରରେ
ଅନ୍ଧାରୁ ଆଲୁଅ ହେଲା,
ଆତ୍ମନିର୍ଭର ଆତ୍ମବିଶ୍ୱାସ
ଜାଗ୍ରତ ହୃଦେ ହେଲା।
ଅପୂର୍ବ ଶକ୍ତିର ପରିଚୟ ଦେଲେ
ଡିଜିଟାଲ ରାଷ୍ଟ୍ର କଲେ,
ସହଜ କଲେ ଦେବା ନେବାଟା
ନୂଆ ଭାରତ କଲେ।
କୃଷ୍ଣ ରାମ ଜାଗା ଦେଲେକେଉଁଶକ୍ତି
ନାହି
ଁ ଛୁଟି ରାଜକାର୍ଯ୍ୟେ,
ଚବିଶ ଘଣ୍ଟା ରାଷ୍ଟ୍ର ନିର୍ମାଣେ
ଧ୍ୟାନଟି ସେବା କାର୍ଯ୍ୟେ।
ଆବିଷ୍କାର ଭାଇ ହେଉଅଛିରାଷ୍ଟ୍ରେ
ଆତ୍ମନିର୍ଭରଟି ଯୋଗୁଁ,
ପରମ୍ପରା ଟି ସ୍ଥାପିତ ରାଷ୍ଟ୍ରେ
ପରା ପ୍ରଧାନ ଯୋଗୁଁ।
ନୂଆ ଅବସର ଅଙ୍କୁରିତ ରାଷ୍ଟ୍ରେ
ସବୁ କ୍ଷେତ୍ର ବିକଶିତ,
ସମ୍ମାନ ବିଶ୍ବେ ବିଶ୍ବଗୁରୁ ର
ଜନମନ ଗର୍ବିତ।
୭୪ ତମ ଯହିଁ ଗଣତନ୍ତ୍ର ଭାଇ
ଆସୁଛୁ ରାଷ୍ଟ୍ର ଉତ୍ସବ,
ପାଳିତ ହେବ ବନ୍ଧୁ ତା ଦେଶେ
ଏହୁ ରାଷ୍ଟ୍ରୀୟ ପର୍ବ।
ଅମୃତ କାଳର ରାଷ୍ଟ୍ରୀୟ ଉତ୍ସବ
ଶ୍ରଦ୍ଧାଞ୍ଜଳି ଶହୀଦଙ୍କୁ,
ରାଷ୍ଟ୍ରୀୟ ଗୀତ ଗୁଞ୍ଜନ ହେବ
ଭକ୍ତିରେ ପୁରାଧାଙ୍କୁ।
୨୬ ଜାନୁଆରୀ ପାଖେଇ ଆସୁଛି
ତାର ପାଇଁ ଆୟୋଜନ,
ଗଣତନ୍ତ୍ରର ଶାସନ ଆମ
ଉତ୍ସାହିତରେ ମନ।