Tonish Rohidas

Children Stories

3  

Tonish Rohidas

Children Stories

ଅଳପ ଭାବନା

ଅଳପ ଭାବନା

1 min
188



 ଚାଲୁଛି ମୁଁ ବାଟ କେତେ ଖାଲ ଢ଼ିପ

 ପାଦ ପାଦ କେ ଅଛି ପରା କଣ୍ଟାର ବାଟ।।

ହସୁଛି ଅଲପ କାନ୍ଦୁଛି ବହୁତ

ଦୁଃଖ ଭରା ଏଇ ସଂସାରରେ ମାରନ୍ତି ସଭିଏଁ ଲାତ।।


ସୁଖଟିଏ ପାଇଁ ଏଠି ସେଠି ଯାଏ ମୋର ମନ।

ନିଜର କରବି ବୋଲି ସଭିଙ୍କୁ ହୋଇଛି ଜନମ।।


ଫୁଲ ପରି କେତେ ଗଛରେ ଫୁଟିବି

 ହସି ହସି ମହୁମାଛି ପରି କେବେ ମୁଁ ଉଡ଼ିବି।।

ଟୋପା ଟୋପା ପାଣି ହୋଇ କେବେ ଆକାଶରୁ ଝରିବି।।


ମନ ମନ୍ଦିରରେ ପୂଜା ମୁଁ କରୁଛି 

କାହାକୁ କେଜାଣି ନିତି ମୁଁ ଜପୁଛି।।

ସେଇ ତ ମୋର ଜୀବନର ସବୁ କିଛି

ଯାହାକୁ ନିଜର ଭାବି ସବୁ ପାଇଛି।।


ଏମିତି ଏ ଦୁନିଆରେ କେହି ନୁହେଁ କାହାର।

ନିଜର ଛାଇ ଦିନେ ହୋଇ ଯିବ ନିଜ ଠୁଁ ପର।।


ଦେଖୁଛି ବୋଲି ଆଖିରେ ସବୁ ଭାବୁଛି ହୃଦୟ ହେବି କାହାର।

ରାତିରେ ସପନ ଯେମିତି ଦିନରେ 

ସବୁ ଅନ୍ଧାର ।।



Rate this content
Log in