ଅଳ୍ପ ଅଳ୍ପ-୯୮
ଅଳ୍ପ ଅଳ୍ପ-୯୮
କବିତା
ଅନାମିକା ପାଇଁ ସବୁଦିନେ ଲେଖୁଛି
ସେ ବି ପଡୁଛି ,ହସୁଛି ଦେଖି
ମୋ ବିବଶତା
କାନ୍ଦୁ ଥାଇ ପାରେ ବି,
ତଥାପି
ଇଲାକାଟା ଯେମିତି ସେମିତି
ଅନ୍ଧାର,
ଲାଗୁଛି
ଅକାରଣେ ବୋଧେ କରୁଛି
ମହମବତୀ ଶୁନ୍ୟରୋଦନ,
ପାଇବା ପାଇଁ
ଟିକିକ ଆଲୋକର ସ୍ପର୍ଶ,
ରହିଛି,ରହିଥିବ ମହମବତୀ
ନିର୍ମମ, ନିଷ୍ଠୁର ନୀରବ
ସଙ୍ଗୀତ ଧ୍ୱନି
ଶୁଣି ଶୁଣି ଏକାକୀ,
ବେଡ଼ରୁମର କପବୋର୍ଡର ଅସଜଡ଼ା ,ଅବ୍ୟବହୃଯ୍ୟ ବସ୍ତୁ ମାନଙ୍କ ଭିଡ଼ ଭିତରେ,
ଅଛି,
ତା ସହ ତାକୁ ଆଲୋକିତ କରିବାକୁ
ମଧ୍ୟ
ଦିଆସିଲି,
ହେଲେ
ହାତ ଦୁଇଟି ଯେ ନିଶ୍ଚଳ
ତଥାପି
ଅନ୍ତଃହୀନ ସୁଦୀର୍ଘ
ପ୍ରତୀକ୍ଷା
କେହି ତ ଜଣେ ଫେରିବ
ଦିନେ
ବାଟ ଅବାଟରୁ,
ମହମବତୀ
କିନ୍ତୁ
ଘରର ମୁଖ୍ୟ ଦ୍ୱାରେ ଲେଖି ଦେଇ,
ଟାଙ୍ଗି ଦେଇ ଭୁଲି ଯାଇଛି
ଏମିତି
"ବିସ୍ପୋରକ,
ଅଗ୍ନି ସଂଯୋଗ କରୁଥିବା ବସ୍ତୁ ଘର ଭିତରକୁ ନେବା
ମନା "---------------!
©®କାଶ୍ୟପ
ରାମ ପ୍ରସାଦ ବିଶୋଇ
ରାୟଗଡା ।