ଅଳ୍ପ ଅଳ୍ପ-୯୭
ଅଳ୍ପ ଅଳ୍ପ-୯୭
ଭୟ କରନି,ମୁଁ ବି ଚାହେଁ ନି ସମ୍ପର୍କର ଦ୍ୱାହି କି
ତା ବନ୍ଧନ,
ତୁମ ଦୃଷ୍ଟିକୋଣରେ
ମୁଁ ତୁମକୁ ଦେଖିବାକୁ ଚାହେଁ
ମତେ ଭଲ ଲାଗେ ପୃଥିବୀ,
ତା ଚିର ହରିତ ସବୁଜିମା
ହେଲେ
ମୁଁ କଣ କରି ପାରିବ କୁହ ତ
ମୋ ସହ ତୁମେ ଯେ ପାଳି ରଖିଛ
ତୁମ ବକ୍ଷେ ଚାରି କଡେ ଅନେକ
ହିଂସ୍ର ଜନ୍ତୁ,
ସେମାନଙ୍କ ଲାଗି
ଖାଲି କୁହେ ମୁଁ ତୁମକୁ କରିବାକୁ
ଭୟ,
ଦେଖୁ ନ କେମିତି
ଡିସ୍କୋ ଥ୍ୟକରେ ଡିଜେ ସହ ତାଳ ଦେଇ ନାଚି ଚାଲିଛି
ରଙ୍ଗବେରଙ୍ଗ ଜିନ ଟପ ପିନ୍ଧା
ମୁହେଁ ବୋଳା
ନାଲି,ନେଳି, କଳା ରଙ୍ଗ ଗୁଡିକ
ପୁଣି
ତାରି ଭିତରେ ଅଦୃଶ୍ୟ ହୋଇ ନାଚି ଚାଲିଛି
ଇଛା ଗୁଡିକର ତଣ୍ଟି ଚିପି ଚିପି
ଅନେକ ଗୁଡ଼ାଏ ଆତଙ୍କ---------!
©®କାଶ୍ୟପ
ରାମ ପ୍ରସାଦ ବିଶୋଇ
ରାୟଗଡା ।