ଅଳି (ଭ୍ରମର)
ଅଳି (ଭ୍ରମର)
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ପ୍ରକୃତିର ଏକ ଛୋଟ କୀଟ ଅଳି
ଫୁଲରୁ ରସ କୁ କରେ ଗ୍ରହଣ,
ଫୁଲରୁ ଫୁଲକୁ ଉଡ଼ିବୁଲୁଥାଏ
କାହିଁ କେତେ ଦୂର କରି ଭ୍ରମଣ l
ବସନ୍ତ ଋତୁରେ ଫୁଲ ମହୋତ୍ସବ
ସାଜିଥାଏ କେତେ କାନନେ ଭରା,
ଭୃଙ୍ଗ ବ୍ୟସ୍ତ ହୋଇ ଏଫୁଲୁ ସେ ଫୁଲୁ
ଉଡ଼ିବୁଲୁଥାଏ ଦିବସ ସାରା l
କଳା ତାର ରଙ୍ଗ ଅସୁନ୍ଦର ବୋଲି
କରନ୍ତିନି ତାକୁ କେହି ଆଦର,
ଭଅଁ ଭଅଁ ହୋଇ ଶବ୍ଦ କରୁଥାଏ
କାଠ ବାଉଁଶରେ କରଇ ଘର l
ପରାଗ ସଙ୍ଗମ ହୁଏ ତାହାଦ୍ୱାରା
ସିଏତ ଅଟଇ କରମ ଯୋଗୀ,
ପ୍ରକୃତିର ଉପକାର କରିଥାଏ
ଫଳ ସୃଷ୍ଟିସିନା ତାହାର ଲାଗି l
ଫୁଲର ସୁବାସେ ଆକର୍ଷିତ ହୁଏ
କଵି ଆଖିରେ ସେ ଫୁଲ ରସିକ,
ଯିଏ ଯାହା ତାକୁ କହୁନା କାହିଁକି
ଫୁଲସହ ଯୋଡ଼ା ଜୀବନ ଯାକ l
ପ୍ରଜାପତି ଆଉ ମଧୁକୀଟ ଆଦି
ଅଟନ୍ତି ତାହାରି ଜାତୀୟ କୀଟ,
ସଂସାରକର୍ତ୍ତା ଙ୍କ ମଧୁମୟ ସୃଷ୍ଟି
ସୃଷ୍ଟି କର୍ମ ପାଇଁ ଲୋଡ଼ା ନିୟତ l