ଅକୁହା କଥା
ଅକୁହା କଥା
1 min
157
ମନର ଆକାଶେ କୋହର ବାଦଲ,
ବର୍ଷା ହୋଇ ଲୁହ ଝରେ ,
ବହୁଥିବା ଝଡ଼, ଦୁଃଖର ବିଜୁଳି,
ଦରମରା ମୋତେ କରେ।
ତୃପ୍ତି ପାଇବାର ଇଚ୍ଛା ଥିଲା ମନେ,
ଦେଇଗଲା କେତେ ତୃଷ୍ଣା,
ଶାନ୍ତି ହଜିଗଲା ନିଦ ଭାଙ୍ଗିଗଲା,
ସବୁ ସ୍ୱପ୍ନ ହେଲା ଚୂନା।
ସାଇତି ନପାରି ଅଫେରା ସ୍ମୃତିକୁ,
ଭାଳି ହୁଏ ଆଜି ମନ,
ରୂପା ଜହ୍ନ ଆଜି କଳଙ୍କିତ ଦିଶେ,
ନାହିଁ ଆଉ ଆକର୍ଷଣ।