Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABINA KU, KHADANGA

Abstract Inspirational

4  

PRABINA KU, KHADANGA

Abstract Inspirational

ଅକୁହା କଥା

ଅକୁହା କଥା

1 min
170


ସମୟ ବଦଳେ ଭାଗ୍ୟ ବି ବଦଳେ

ବଦଳେ ପ୍ରକୃତି ବାରମ୍ବାର

ମିଛ ଗର୍ବ ଅହଙ୍କାର ପାଉଁଶ ହୁଅଇ

ଲିଭିଲେ ଆୟୁଷ ଗାର ।

ସମୟ ନୁହଇ ନିଜର କେବେବି

ନିଜେ ନିଜେ ବଦଳୁଥାଏ

ଭାଗ୍ୟକୁ ଆଦରି ପଡ଼ି ରହିଗଲେ

ଆଗକୁ ଯେ ବଢ଼ି ନହୁଏ ।

ବଦଳେ ପାପୁଲି ଆକାର ବିକାର

ବଦଳେ ଭାଗ୍ୟର ଗାର

ବେଳ ଥାଉ ଥାଉ ରାସ୍ତାକୁ ସଜାଡି

ବୁଝିଯାଅ ସମୟ ଠାର ।

ମିଛ ଗର୍ବ ବଡିମା ଆଢ଼ୁଆଳେ କାଳେ

କିଛି ମୁହୂର୍ତ୍ତ ଖୁସିରେ କଟେ

ଭାଗ୍ୟ ବିଡମ୍ବନା ସାଜଇ ବଇରୀ

ଦେଖିବ ଜୀବନ ସଂଗ୍ରାମ ବାଟେ ।

ବଦଳେ ଆଚାର ବଦଳେ ବିଚାର

ବଦଳିଯାଏ ପୁଣି ବ୍ୟବହାର

ସ୍ୱାର୍ଥ ଲୋଭେ ମଣିଷ ପ୍ରକୃତି ବଦଳେ

ହୋଇଯାଏ ନିଜଲୋକ ପର ।

କେତେ ଗର୍ବ ବଡ଼ିମା ପାଉଁଶ ହେଉଛି

ମଶାଣିର କୋଳ ଦେଶେ

କାଳ ଆସି ଜଗି ବସିଥାଏ ପାଖେ

ଅନ୍ଧାର କାଳିମା ବେଶେ ।

ଯେଉଁ ଧନ ପାଇଁ ଗରବ କରୁଛ

କିଛି ନପାରିବ ନେଇ

କାଳେ କେତେବେଳେ କେଉଁଠି ଦେଖିଛ

କିଏ ନେଇଛି ଧନ ମୁଣ୍ଡାଇ ।

ବଦଳି ଯାଉ ଏ ମଣିଷ ମାନସିକ ସ୍ଥିତି

ବଦଳି ଯାଉ ଏ ମଣିଷ ପ୍ରକୃତି

ଆଗାମୀ ସମୟ ବଦଳି ଯାଉ ହେ

ଧର୍ମ କର୍ମେ ବଳାଇ ମତି ।

ସୃଷ୍ଟି ହେଉ ମାନବିକତା ମାନବ ମନରେ

ଜାଗ୍ରତ ହେଉ ଭାତୃପ୍ରେମ ସବୁଠି

ବଦଳିଯାଉ ସମୟ ଭାଗ୍ୟ ଭବିଷ୍ୟତ

ଶତ୍ରୁତା ନରହୁ ଆଉ କେଉଁଠି ।


Rate this content
Log in

Similar oriya poem from Abstract