Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Abstract Classics Inspirational

4.5  

Prahallad Sahoo

Abstract Classics Inspirational

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
293



ବୈଶାଖ ମାସ ଶୁକ୍ଳ ତୃତୀୟା ତିଥି

ଅବସ୍ଥିତ ରବି ଚନ୍ଦ୍ର ଏକା ରାଶି

କୃତ୍ତିକା ରୋହିଣୀ ନକ୍ଷତ୍ର ପଡ଼ିଲେ

ଘରର ଗୃହିଣୀ ରୁହ‌ନ୍ତି ବ୍ରତରେ

ଅକ୍ଷି ମୁଠି ଧରି କୃଷକ ବିଚରା 

କ୍ଷେତରେ ପାଳଇ ଅକ୍ଷୟ ତୃତୀୟା

ହଳକରି କ୍ଷତେ କାଳିଆ କସରା

ମନେ ଭରନ୍ତି ଖୁସି ଯେ ଅପାଶୋରା

ବିହନ ମୁଠିକ ଛାଟି ତା ମୁଠିରେ

ଚାଷି ଚାଷ କାର୍ଯ୍ଯ ଅନୁକୂଳ କରେ

ସର୍ବ ଶୁଭାଶୁଭ ଅକ୍ଷୟ ତୃତୀୟା

ଏହିଦିନେ ଶୁଭ କାର୍ଯ୍ଯ ହୁଏ ଭଲା

କୃଷକ ଦିବସ ଚାଷୀ ଭାଇଙ୍କର

ହଳ ଲଙ୍ଗଳ ଶ୍ରେଷ୍ଠ ଅସ୍ତ୍ର ଯେ ତାର

ହଳଧର ପ୍ରଭୁ ରେବତୀ ରମଣ

କରନ୍ତି ବିବାହ ରେବତୀ ସାଙ୍ଗର

ବଦ୍ରିନାଥଙ୍କର କବାଟ ଖୋଲଇ

ଅକ୍ଷିତୃତୀୟାରେ ଆନନ୍ଦ ଲାଗଇ

ଜନ କୋଳାହଳ ଭିତରେ ଭକତ

ଦର୍ଶନ କରନ୍ତି ସେହି ପ୍ରଭୁ ପାଦ

ସୁନା କୁରାଢ଼ୀରେ ଶୁଭ ଅନୁକୂଳ

ପବିତ୍ର ରଥ ସେ ଦାରୁ ଦିଅଁଙ୍କର

ରଥ ଖଳା ସଙ୍ଗେ ଶ୍ରୀକ୍ଷେତ୍ର ଗହଳ

ଇଚ୍ଛା ଭରେ ସେ ଦରଗଢା ଠାକୁର

ଅକ୍ଷୟ ତୃତୀୟାର ଚନ୍ଦନ ଚାପ

ବିଜେ ହୁଅନ୍ତି ଯେ ମଦନ ମୋହନ

ଚନ୍ଦନ ଯାତ ଆଜି ଠାରୁ ଆରମ୍ଭ

ଚାପରେ ଖେଳନ୍ତି ପ୍ରଭୁ ଶ୍ରୀଗୋବିନ୍ଦ

ଶ୍ରୀମନ୍ଦିର ଠାରୁ ନରେନ୍ଦ୍ର ପୋଖରୀ

ବିଜେ ହେବେ ଦିଅଁ ବଡ଼ଦାଣ୍ଡେ ହଲି ll



Rate this content
Log in

Similar oriya poem from Abstract