Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sarmistha Palai

Classics

4.5  

Sarmistha Palai

Classics

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
305


ବୈଶାଖ ଶୁକ୍ଳ ତୃତୀୟା ଦିନଟି'

  ଅକ୍ଷୟ ତୃତୀୟା ଜାଣ

କୃଷକ ଦିବସ ରୂପରେ ଏ' ଦିନ

  ଦେଶରେ ପାଳନ ହୁଏ।


ଏହି ଦିନ ଟିର ଅମୃତ ବେଳାରେ

  ଅକ୍ଷି ମୁଠି ଅନୁକୂଳ

କୃଷି କାର୍ଯ୍ୟକୁ ଆରମ୍ଭ କରନ୍ତି

  ଦେଖି ଏହି ଶୁଭ ବେଳ ।


ତୃତୀୟା ଦିନଟି ବଡ଼ ଶୁଭ ଅଟେ

  ସବୁ ଶୁଭ କାର୍ଯ୍ୟ ହୁଏ

ବିବାହ, ନିର୍ବନ୍ଧ, ଓ' ଗୃହ ନିର୍ମାଣ

  ଅନୁଷ୍ଠିତ ହୋଇଥାଏ ।


ହଳଦୀ, ଚନ୍ଦନ, ସିନ୍ଦୁର ଗୋଳାଇ

  ଧାନକୁ ତ' ରଖାଯାଏ

ନୂଆ ଗଉଣୀରେ ପୁରାଇ ତାହାକୁ

  ପୂଜା ଅର୍ଚ୍ଚନା ତ' ହୁଏ ।


ଧାନ ଗଉଣୀକୁ ମୁଣ୍ଡରେ ଥୋଇଣ

  କୃଷକ କ୍ଷେତକୁ ଯାଏ

ହୁଳହୁଳି, ଶଙ୍ଖ ଶବଦ ନାଦରେ

  ଚଃତୁର୍ଦିଗ କମ୍ପୁଥାଏ ।


ନୂଆ ଟୋକେଇରେ ପିଠା ରଖି କରି

  ହଳ, ଲଙ୍ଗଳକୁ ଧରି

କ୍ଷେତକୁ କୃଷକ ବାହାରି ଥାଏ ଟି'

  ଅନୁକୂଳର ତ' ପାଇଁ ।


ଲଷ୍ମୀ ଠାକୁରାଣୀଙ୍କୁ ଭୋଗ ଲଗାଇକି

 କିଆରୀ ଇଶାଣ କୋଣେ

ସେହି ନୈବେଦ୍ୟକୁ ପୋତି କରି ଚାଷି

  ମା' ପାଦେ ଯାଏ ଶରଣେ ।


ଏହା ପରେ ମୁଠା ମୁଠା ବିହନକୁ'

  କିଆରୀରେ ବୁଣି ଥାଏ

ସେଥିପାଇଁ ପରା ଏହି ପରବକୁ

  ଅକ୍ଷି ମୁଠି କୁହାଯାଏ ।


ସଧବା ନାରୀଏଁ ଏହି ଦିନ ଟିରେ

  ଷଠି ଓଷା କରିଥାନ୍ତି

ରୋହିଣୀ ନକ୍ଷେତ୍ର ଏହି ତୃତୀୟାରେ

  ଶୁଭ ଫଳ ଦେଇଥାନ୍ତି ।


ରଥଯାତ୍ରା ପାଇଁ ରଥର ନିର୍ମାଣ

  ଏ' ଦିନେ ଆରମ୍ଭ ହୁଏ

ଜଗନ୍ନାଥଙ୍କ ର' ଚନ୍ଦନ ଯାତ୍ରା ଟି'

  ଶୁଭାରମ୍ଭ ହୋଇଥାଏ ।


କୃଷିର ଆରାଧ୍ୟ ଦେବ ହଳାୟୁଧ

  ଅଟନ୍ତି ତ' ବଳଦେବ

ବଳଦେବଜୀଉ ମନ୍ଦିରରେ ପରା

  ପାଳିତ ଏହି ପରବ ।


ବଳରାମଙ୍କ ସହିତ ରେବତୀଙ୍କ

  ବିବାହ ଉତ୍ସବ ହୁଏ

ଅକ୍ଷି ତୃତୀୟା ଦିନ ଏହି କାର୍ଯ୍ୟକ୍ରମ

  ଅନୁଷ୍ଠିତ ହୋଇଥାଏ ।


ପର୍ଶୁରାମ, ଜୟଦେବଙ୍କ ଜୟନ୍ତୀ

  ଏହି ଦିନ ହୋଇଥାଏ

ବିଧି ରହି ଅଛି ବଦ୍ରିନାଥ ଧାମ

  ତୃତୀୟାରେ ଖୋଲାଯାଏ ।


ସତ୍ୟ ଓ' ତ୍ରେତୟା ଯୁଗର ଆରମ୍ଭ

  ଏହି ଦିନ ହୋଇଥିଲା

ସମ୍ବଲପୁରରେ ଶୀତଳ ଷଷ୍ଠୀର

  ଶୁଭାରମ୍ଭ ହୁଏ ଭଲା ।


Rate this content
Log in