Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bishnupriya Panda

Classics

4  

Bishnupriya Panda

Classics

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
206



ଅକ୍ଷୟ ତୃତୀୟା ଆଜି ଅକ୍ଷୟ ତୃତୀୟା l

ସବୁ କାର୍ଯ୍ୟର ଆରମ୍ଭେ ଏ ଦିନରେ ସ୍ପୃହା l

ଚାଷୀ ଭାଇଙ୍କର ଆଜି ମହାଲକ୍ଷ୍ମୀ ପୂଜାl 

ଚାଷ ଅନୁକୂଳ କରି ପାଳନ୍ତି ପରଜା l

ରଥ ଅନୁକୂଳ ଆଜି ଜଗନ୍ନାଥ ଙ୍କରl 

ମନ ଖୁସିରେ ସେ ଯିବେ ଶ୍ରୀଗୁଣ୍ଡିଚା ଘର l

ଚାପ ଖେଳ ଆଜି ହେବ ଶ୍ରୀଚନ୍ଦନ ଯାତ୍ରାl 

ହରି ବଳରାମ ନାଵ ପରେ ହେବେ ଉଭା l

ଷଷ୍ଠ ଅବତାର ପ୍ରଭୁ ପର୍ଶୁରାମ ଙ୍କରl 

ଏହି ଦିନ ଜନ୍ମ ହୋଇ ନିକ୍ଷତ୍ରୀ ସଂସାର l

ଆଜ ଦିନ ସବୁଲୋକ ତ୍ୟାଗ କର ମାୟାl 

ଅକ୍ଷୟ ତୃତୀୟା ଆଜି ଅକ୍ଷୟ ତୃତୀୟା l

ସୂର୍ଯ୍ୟ ଦେବ ପାଣ୍ଡବଙ୍କୁ ଅକ୍ଷୟ ପାତ୍ର ଦାନl

କୁବେର ଆଜି ସମ୍ପଦ ପ୍ରାପ୍ତ ହେଲେ ଜାଣ l

ମହାଭାରତ ଯୁଧ୍ୟର ଅବସାନ ଅଦ୍ୟl 

କୁରୁବଂଶ କ୍ଷୟ ପୁଣି ଗାନ୍ଧାରୀ ର ଖେଦ l

ଗଣନାଥ ସହାୟତା କରି ଆଜି ପ୍ରାପ୍ତl

ବ୍ୟାସ ଦେବଙ୍କ ରଚିତ ଶ୍ରୀମହାଭାରତ l

କନକଧାରା ସ୍ତୋତ୍ରକୁ ଶ୍ରୀସଙ୍କରାଚାର୍ଯ୍ୟl

ରଚନାତ କରିଥିଲେ ମନେ କର ହେଜ l

ଲକ୍ଷ୍ମୀ ଜଗନ୍ନାଥ ଙ୍କର ଏ ତିଥି କୁ ଦୟାl

ଅକ୍ଷୟ ତୃତୀୟା ଆଜି ଅକ୍ଷୟ ତୃତୀୟାl

ସତ୍ୟ ଓ ତ୍ରେତୟା ଯୁଗ ଜନମ ଏ ଦିନl

ଭଗିରଥ ଗଙ୍ଗାଙ୍କୁତ ଆଣିଥିଲେ ପୁଣ l

ସୀତା ମାତାଙ୍କୁତ ଆଜି ଜନକ ମହର୍ଷିl

ପାଇ କରି ଆଣିଥିଲେ କ୍ଷେତକୁତ ଚସି l

କେନ୍ଦୁବିଲ୍ୱେ ଜୟଦେବ ଜନ୍ମ ନେଲେ ଆଜ

ରଚନା କରିଲେ ସେତ ଶ୍ରୀଗୀତଗୋବିନ୍ଦ l

ଦୁର୍ବାସା କୋପୁ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ସାହା

ଅକ୍ଷୟ ତୃତୀୟା ଆଜି ଅକ୍ଷୟ ତୃତୀୟା l



Rate this content
Log in

Similar oriya poem from Classics