STORYMIRROR

Prabhati Mahapatra

Tragedy Inspirational Children

3  

Prabhati Mahapatra

Tragedy Inspirational Children

ଅଝଟ ହୁଅନା ଧନ

ଅଝଟ ହୁଅନା ଧନ

1 min
244


କାହିଁକିରେ ଧନ ହେଉଛୁ ଅଝଟ

ରଙ୍ଗ ପିଚିିିକାରି ପାଇଁ

ଶୁଣିଲେ ତୋହର ଜ୍ଞାନ ହଜି ଯିବ

ଆଉ ତୁ ମାଗିବୁ ନାହିଁ ।


ଦେଶ ସେବା ପାଇଁ ବାବା ତୋର ହେଲେ

ସୀମା କାନ୍ଥେ ଜଗୁୁଆଳି

ଶତୃ ହାତେ ପ୍ରାଣ ଉତ୍ସର୍ଗ କରିିଣ

ନାଲି ରଙ୍ଗ ଦେଲେ ତୋଳି ।


ଶୋକ ଛାୟା ଭାସି ତମ୍ରିସା ଘେରିଲା

କାଳିମା ବୋଳିଲା କଳା

ସେହି କଳା ରଙ୍ଗେ ଗଢା ଚକାଡୋଳା

କେମନ୍ତେ କରିଲେ ଖେଳା ।


ଉଜୁୁୁଡିଲା ଘର ଉଜୁଡିିିଲା ଖେତ

ଲିଭିଲା ସବୁଜ ରଙ୍ଗ

ନୀଳ ପଣତ ମୋ ଲୁହରେ ଭିଜିଲା

ନୀଳିମା ବି ତ୍ୟାଗେ ସାଙ୍ଗ ।


ହଳଦୀ ମୁହଁ ମୋ ମଳିନ ପିଡିଲା

ବଢିିିଲା ପୋଷଣ ଚିିନ୍ତା

କେଉଁ ହୋଲି ରଙ୍ଗ ଖେଳିବୁରେ ଧନ

ନାହାଁନ୍ତି ଧରାରେ ପିତା ।


ଏକୋଇରବଳା ବିଶିକେଶନ ତୁ

ମୋ ଦୁଇ ନେତ୍ରର ମଣି

ତୋତେ ଛାଡ଼ି କିବା ବଞ୍ଚି କି ପାରିବି

ଆଖିରୁ ନଝରା ପାଣି ।



Rate this content
Log in

Similar oriya poem from Tragedy