Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Parida

Tragedy Others

3  

Lopamudra Parida

Tragedy Others

ଅହ୍ଯରାଣୀ

ଅହ୍ଯରାଣୀ

1 min
208



ରାମ ନାମ ଆଜି ସତ ! ସତ?

ଏତେ ଦିନେ ?

ଡେଙ୍ଗୁରା କହୁଛି ପରା 

କାନରେ ଅତଡା ପକେଇ

ହୋଇଥିବ ତେବେ !


ମଙ୍ଗଳାଙ୍କ ବେଢାରେ

ଅଗଣିତ ଥର ଶଂଖା ଦିପଟକୁ ମଥା ଛୁଆଁଇ 

ମାଗିଥିବା ଏଇ ବାଜା ଆଜି ଶୁଭୁଥିଲା ବଜ୍ର କରି

ମଥାଢଳା ଉଦିତ ସୂର୍ଯ୍ୟ ରଙ୍ଗ ।

ଖଇ,କଉଡି ଗୋଟେଇ ନେଉଥିଲେ 

ଅହ୍ଯରାଣୀ ହେବାକୁ 

ଆଜିର ରାଣୀ ( ?) ମାନେ

କୋକେଇ ପଛେ ପଛେ ।।


ଜୀଁ ଥିଲା ବେଳେ ଜୀଆଁଇ ରଖିଥାନ୍ତେ ହେଲେ,

ଚତୁର୍ପାର୍ଶ୍ବ ର ବେଢଣ ତକ !

ପ୍ରତି ନିଶ୍ବାସ ବଦଳରେ ତ ସିଞିଥିଲି

ଅଗଣା ଠୁ ଦାଣ୍ଡ

ଟିକିନିଖି ।।


କହୁଛନ୍ତି ଏବେ, 'ତପି 'ଟିଏ ଥିଲା 

ଶୁଣୁଛି ମୁଁ ଶୂନ୍ୟ ଦେହେ ।

ହସିବି କି ? 


ଅପର୍ଣ୍ଣାଙ୍କ ଠୁ ମୋ ଯାଏ 

ଅହ୍ଯ ଏ ପୃଥିବୀ 

ପତ୍ରଟିଏରେ ଜୀବନ ,

ଦ୍ରୁମ : ଚାରିପଟେ ଚାରାର କୋମଳ ଚେର  

ଗଣ୍ଠିଧନ ।।


ମାଆ ପରା 

ମୁଁ ଆଉ ବୃନ୍ଦାବତୀ ,

ଆମ ସତୀପଣ ହି

ବଳୟ ଚକ୍ର 

ସଜୀବ ଠୁ ନିର୍ଜୀବ ଯାଏ

ଘିର୍ ଘିର୍ ସବୁଠି ।।


ବଜାଅ ହେ ବାଡଭାଇ 

ସୁରେଇ ସୁରେଇ 

ଶୁଭୁ, ଶୁଭିଯାଉ ସେ ଯାଏ 

ଯେ ଯାଏ ଅସ୍ମିତା ମୋର ପୁନର୍ଜନ୍ମ ଟେ ପାଉ

ନିଜ ଅସ୍ତିତ୍ବ ଫେରାଇ 

ଅହ୍ଯରାଣୀ ହେଇ ।।


Rate this content
Log in

Similar oriya poem from Tragedy