ଅହଲ୍ୟା
ଅହଲ୍ୟା


ପ୍ରତିଥର ଉଠିବାର ପ୍ରୟାସ,
ତଥାପି ପଡି ରହିଛି ଅହଲ୍ୟା
ଚାରିପାଖେ ଅସ୍ପଷ୍ଟ ପାଦଧ୍ବନୀ
ଅଚିହ୍ନା ମୁହଁ ଆଉ ତତଲା ନିଶ୍ୱାସ ।
କିଏ ବି ଆସିଲେନି, ଲୁହ ଧାର ପୋଛିଲେନି,
ହାତଧରି ଉଠାଇଲେନି,
ଆସିବାର କଥା ଦେଇ କେବେ ଆଉ ଫେରିଲେନି।।
ପ୍ରତି ଜନ୍ମ ରେ ମୁଁ ଅହଲ୍ୟା,
ପଥରଟିଏ ହୋଇ ହସୁଥାଏ,
ତୁମକୁ ପାଇବି ବୋଲି ବରଷା ରେ ଭିଜୁଥାଏ।।
କେବେ ଆସୁଛ ତୁମେ,
ଅପେକ୍ଷା ର ଅନତିଦୂରରେ
ତୁମ ଭରସାରେ ପୁନର୍ବାର
ବଂଚିବା ଅଭିନୟ
ଜନ୍ମ ଜନ୍ମାନ୍ତର ଯାଏଁ,
ପାଦ ସ୍ପର୍ଶ କୁ ପ୍ରତିକ୍ଷା
ନିସ୍ତରିବା ଯାଏଁ।।