ଅଗଷ୍ଟ ପନ୍ଦର
ଅଗଷ୍ଟ ପନ୍ଦର
ଅଗଷ୍ଟ ପନ୍ଦର ଦିଶଇ ସୁନ୍ଦର।
ରଙ୍ଗ ରଙ୍ଗୋଲୀରେ ଭରା।।
କେତେ ରଙ୍ଗେ ଆଜି ସଜେଇ ହେଇଛି ।
ମୋ' ଦେଶ ଜନନୀ ପରା।।
କେତେ ଜାତି ଧର୍ମ ବର୍ଣ୍ଣ ବୈଷମ୍ୟ।
ଏକତା ସଂହତି ଡୋରେ।
ଭିନ୍ନତା ଭିତରେ ସମନତା ରଖି ।
ଚାଲିଅଛୁ ସଗର୍ବରେ।।
କଣ୍ଠେ ଆମ ପ୍ରୀତି ସଙ୍ଗୀତର ସ୍ୱର ।
ବନ୍ଧୁତା ଶିଖାଇ ଥାଏ ।
କୋଟି ଜନ ଗଣ ମନ ମୋହି
ନେଇ ।
ଏକତାର କଥା କହେ।।
କହେ ସେ ଦେଶର ଯଶର ବାରତା ।
ବୀର ପୁଙ୍ଗଵ ଗାଥା ।
ଜୀବନର ଶେଷ ରକ୍ତ ନିଗାଡି ।
ଉଚ୍ଚେ ରଖେ ଦେଶ ମଥା ।।
ମାଆ ଠାରୁ ତାର ମାତୃଭୂମି ବଡ।
କାଟେ ସେ ଶତୃ ଶିର ।
ଧନ୍ୟ ସେ ଜନନୀ
ମାଆ ଭାରତୀ ର।
ଧନ୍ୟ ତା ପୁତ୍ର ବୀର।।
ଅଭାବରେ ରହି
ମୋ ଦେଶ କୃଷକ।
ଆହାର ଯୋଗେଇ ଥାଏ।
ତ୍ୟାଗର ପ୍ରତୀକ ମୋ ଦେଶର ଲୋକ।
ମଙ୍ଗଳ ମନାସୀ ଥାଏ ।
ନିଜ ଜୀବନ ତା ନର୍କେ ପଡୁ ପଛେ ।
ଜଗତ ଉଦ୍ଧାର ହେଉ ।
ଏଇ ଆଦର୍ଶର ମଣିଷ ମୋ ଦେଶେ।
ସର୍ବଦା ଜନମ ନେଉ ।।
ଅହିଂସା ଶକ୍ତିରେ ଧରାଶାୟୀ ହୋଇ ।
ଫିରିଙ୍ଗି ଏ ଦେଶୁ ଗଲେ।
ସେଇ ଦିନୁ ଆମେ ନିଜ ଦେଶର ।
ଶାସନ ପ୍ରଣିତ କଲେ।।
ସମ୍ବିଧାନ ଆମ ବିଶ୍ୱରେ ଶ୍ରେଷ୍ଠ।
ଶ୍ରେଷ୍ଠ ଆମେ ଭାରତୀୟ।
ଏ ଦେଶର ମନିଷୀ ସନ୍ଥ ସନ୍ୟାସୀ।
ଦିଏ ଆମ ପରିଚୟ ।।
ଉଣେଇଶି ଶତଚାଳିସି ମସିହା ।
ଅଗଷ୍ଟ ପନ୍ଦର ଥିଲା ।
ସେ'ଦିନ ଆମ ମାତୃଭୂମି।
ସ୍ୱାଧୀନ ଦେଶ ହେଲା ।।
ନୀଳ ଗଗନର ନିଳାଭ ଆକାଶେ ।
ତ୍ରିରଙ୍ଗା ଉଡଇ ଆମ ।
ନଇଁ ନାହିଁ ମଥା ଶତୃ ଆଗେ
ଏଇ ଆମ ଦେଶ ପ୍ରେମ ।।
ଶାନ୍ତି ମୁକ୍ତି ପ୍ରୀତିର ସନ୍ଦେଶ।
ତ୍ରିରଙ୍ଗା କରି ବହନ ।
ବୀର ଶ୍ରେଷ୍ଠ ଅଶୋକ ଚକ୍ର
ଆମ ଗାରିମାର ଚିହ୍ନ।।