Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Niranjan Mishra

Abstract

3  

Niranjan Mishra

Abstract

ଅଗ୍ନ୍ୟୁତ୍ସବ

ଅଗ୍ନ୍ୟୁତ୍ସବ

1 min
187



ଆମ ଓଡିଶାର ଗାଁମାନଙ୍କରେ

ମାଘ ପୂର୍ଣ୍ଣମୀ ରାତିରେ ।

ଅଗ୍ନ୍ୟୁତ୍ସବ ହୁଏ ଗାଁ ମୁଣ୍ଡରେ ବା

ଦେବାଳୟ ନିକଟରେ ।୧।

ବଡ କୁଟା ଗଦା କରି ଅଗ୍ନି ଜାଳି

ଅଗ୍ନ୍ୟୁତ୍ସବ ହୋଇଥାଏ ।

ଅଗ୍ନିଙ୍କ ପୂଜନ କରି ଘଣ୍ଟ ଘଣ୍ଟା

ବାଜା ସବୁ ବାଜୁଥାଏ ।୨।

ଆଳୁ ବାଇଗଣ କଞ୍ଚାପରିବାକୁ

ନିଆଁରେ ଲୋକେ ଫିଙ୍ଗନ୍ତି।

ନିଆଁ ଲିଭିଗଲେ ପାଉଁଶ ଭିତରୁ

ତାକୁ ଗୋଟାଇ ଆଣନ୍ତି ।୩।

ପୋଡାପରିବାକୁ ପ୍ରସାଦ ଭାବରେ

ଲୋକେ ଆଣି ଖାଇଥାନ୍ତି।

ବସନ୍ତ ରୋଗର ନିବାରକ ହେବ

କେହି କେହି କହିଥାନ୍ତି ।୪।

ବାଞ୍ଝ ମଡଛିର ସନ୍ତାନ ହୋଇବ

ଖାଇଲେ ଏହି ପ୍ରସାଦ ।

ଏହି କୁସଂସ୍କାର ରହିଛି ଅଦ୍ୟାପି

ନାହିଁ ତାର ପ୍ରତିବାଦ ।୫।

ଅଇଘରା ପୋଡି ଅଗି ପୋଡା ବୋଲି

ଏ ଉତ୍ସବକୁ କେ କହେ ।

ଆମ ସଂସ୍କୃତିର ପରିଚାୟକ ଏ

ଗ୍ରାମ ଅଗ୍ନ୍ୟୁତ୍ସବ ଇଏ। ୬।

ଶୀତଦିନ ଶେଷ ହୋଇଥାଏ ବୋଲି

ଅଗ୍ନ୍ୟୁତ୍ସବ ଦିନଠାରୁ ।

ଅଗ୍ନିଙ୍କ ସେବନ ପ୍ରାୟ କମିଯାଏ

ବସନ୍ତ ଆଗମନରୁ  ।୭।



Rate this content
Log in