STORYMIRROR

Harekrushna Deb Sahoo

Classics Fantasy Inspirational

4  

Harekrushna Deb Sahoo

Classics Fantasy Inspirational

ଅଗ୍ନି

ଅଗ୍ନି

1 min
383

ତୁମେ ଅଗ୍ନି ତୁମେ ଅଗ୍ନିବର୍ଣ୍ଣା 

ଜଳ ସିନା ପବିତ୍ର ହୋମାଗ୍ନି 

ଯାହା ହୋଇ ଘୃତାହୁତି ନିଆ

ପରମ ପବିତ୍ର ଯା' ସଂସ୍କୃତି 

କରମେ ଧରିଛି ମା' ଭାରତୀ 

କୋଳେ ଆବୋରିଛ ହୋମକୁଣ୍ଡ

ଜାକି ଜୁକି କଷ୍ଟେ କାଷ୍ଠଧୂଆଁ 

ଅଚଳନ୍ତି ସଂସାର ଚାଳଇ

ହୋମ ପାଇଁ ଚଳୁଛି ଦୁନିଆ 

ବ୍ରାହ୍ମଣ ମନ୍ତ୍ର ବଳେ ଭିକ୍ଷୁବେଶ 

ଧରିଛି ସିନା ଥଳୀ ଭିକ୍ଷାଥାଳି

ନିନ୍ଦୁକ ପାଇଁ ଲିଭିଯାଏ ଦୀପ

ଦାତବ୍ୟ ପାଇଁ ଜଳେ ଦୀପାବଳୀ। 


ନୁହେଁ ମୁଁ ବ୍ରାହ୍ମଣ କି ଶୂଦ୍ର ବୈଶ୍ୟ 

ଜାତିରେ ଜନମ ନା ଯବନ

ହିନ୍ଦୁ ପଣେ ନୁହେଁ ଖ୍ରୀଷ୍ଟିଆନ 

ଭାରତୀୟ କ୍ଷତ୍ରିୟ ସନ୍ତାନ

ରାଜପୁତ୍ର ନାମ ମୁହିଁ ବୀରବର 

ପିତା ନାମ ରାଜା ମାତା ନାମ ରାଣୀ 

ଜଳେ ଦୀପ ମୋର ହସ୍ତେ 

ପାଟଣାପୁରେ ପାଳେ ଦୀପାବଳୀ। 


ଦୀପଂ ଜ୍ୟୋତି ପରଂବ୍ରହ୍ମ 

ଆଲୋକ ସତ୍ୟ ସନାତନ 

ଶୁଭ ଦୀପାବଳୀରେ ମୋ

ଭକ୍ତି ଶ୍ରଦ୍ଧା ନିବେଦନ। 



Rate this content
Log in

Similar oriya poem from Classics