ଅଦୃଷ୍ଟ
ଅଦୃଷ୍ଟ
ଆମ ଏ ଜୀବନ ପ୍ରଭୁ ଦତ୍ତ ଦାନ
ପ୍ରାରବ୍ଧ ସହିତ ଆସେ
ଭାଗ୍ୟ ଦ୍ଵାହି ଦେଇ ବସି ରହିଲେ କି
ମନେ ସରସତା ଭାସେ ?
ଦୃଷ୍ଟି ଅଗୋଚରେ ଅଦୃଷ୍ଟର ସ୍ଥିତି
ଯାହାକୁ ଭାଗ୍ୟ କହୁଛେ
ଅଦୃଷ୍ଟ ଅଦୃଶ୍ୟ ପ୍ରଭୁ ଙ୍କ ବିଚାର
ପ୍ରତି ଜୀବନେ ପହଞ୍ଚେ ।
ଅଦୃଶ୍ୟ ରେ ରହି ଅଦୃଷ୍ଟ ଲେଖନ୍ତି
କର୍ମ କର୍ତ୍ତବ୍ୟକୁ ନେଇ
କର୍ମଫଳ କଥା ସିଦ୍ଧାନ୍ତ ନିଅନ୍ତି
ଦୃଷ୍ଟି ଅଗୋଚ଼ରେ ରହି ।
କରମ ହିସାବେ ଫଳ ଫଳିଥାଏ
ପ୍ରାରବ୍ଧ ର ମିଶାଣ ରେ
ମିଶାଣ ,ଫେଜାଣ, ଗୁଣନ,ହରଣ
ଜୀବନ ଭିତରେ ହୁଏ l
ଅଦୃଷ୍ଟ ଅଜଣା ଭବିଷ୍ୟ ଅଜଣା
ବର୍ତ୍ତମାନ ଅଛି ପାଖେ
ବର୍ତ୍ତମାନ ଟିକୁ ସଜାଡ଼ି ପାରିଲେ
ଅଦୃଷ୍ଟ କଥା ନ କାଟେ |
ଅଦୃଷ୍ଟ ଯେ ଆମ ହାତ ରେ ତିଆରି
କର୍ମ ତାର ମାନଦଣ୍ଡ
କରମ ବିହୁନେ ଅଦୃଷ୍ଟ ବାଦ ରେ
ଜୀବ ହୁଏ ଲଣ୍ଡ ଭଣ୍ଡ ।
ଇଶ୍ଵର ଆମର ବିଶ୍ୱାସ ର କ୍ଷେତ୍ର
ଅନୁଭବ ର ମହଲ
ସେ ବିଶ୍ୱାସ ଆମ ଅନ୍ତରଙ୍ଗ ପୁଞ୍ଜି
ଅଟେ ଆମ ଆତ୍ମବଳ |
ଅଦୃଷ୍ଟ ନୁହଁଇ ଇଶ୍ଵର ଙ୍କ ସତ୍ତା
ଗଢ଼ା ଆମରି ହାତରେ
ଅଦୃଷ୍ଟ କୁ ଦ୍ବାହି ଦେଇ ମଣିଷ ଯେ
ନିଜର ବିଶ୍ୱାସ ହାରେ ।
ଆଧ୍ୟାତ୍ମବାଦର ମ
ୂଳଦୁଆ ପରେ
କର୍ମ କର୍ତ୍ତବ୍ୟ କରିବା
ଆମରି ଶାସ୍ତ୍ରର ଜୀବନ ବାର୍ତ୍ତାକୁ
ଜୀବନେ ଲଗାଇ ଦେବା ।
ଜୀବନ ହୋଇବ ସହଜ ସୁଗମ
କର୍ମ ଯୋଗେ ହେଲେ ମଗ୍ନ
ଅଦୃଷ୍ଟ କୁ ଭାବି ଦୁର୍ବଳ ହେବାନି
ହେବ ନାହିଁ ମନ ଭଗ୍ନ |
କର୍ମ କର୍ତ୍ତବ୍ୟକୁ ପ୍ରଭୁଙ୍କୁ ସମର୍ପି
ଦୁଃଖ କଷ୍ଟ ଭୁଲି ଯିବା
ଅଦୃଷ୍ଟ ର କଥା ଆଳସ୍ୟ ଦେବନି
ଆମେ କର୍ମବୀର ହେବା |
କର୍ମ କର୍ତ୍ତବ୍ୟର ସୁମଧୁର ତାନ
ବର୍ତ୍ତମାନ ରେ ଭରିବା
ଦୁଃଖ କଷ୍ଟ ଯାହା ଆସୁ ଏ ଜୀବନେ
ପ୍ରାରବ୍ଧ ଭାବି ସହିବା ।
ଚିନ୍ତା ଚେତନା ଓ କର୍ମ କର୍ତ୍ତବ୍ୟକୁ
ପ୍ରଭୁଙ୍କୁ ସମର୍ପି ଦେବା
ଜୀବନ ଲକ୍ଷ୍ୟ ରେ ପହଞ୍ଚିବା ପାଇଁ
ସଦା ତତ୍ପର ରହିବା ।
ଅଦୃଷ୍ଟ କୁ ଭୁଲି ସୁପଥରେ ଚାଲି
ସୃଷ୍ଟି ତତ୍ତ୍ଵକୁ ବୁଝିବା
ପ୍ରଭୁ ଦତ୍ତ ଏଇ ଦୁର୍ଲଭ ଜୀବନ
ସମର୍ପିତ କରିଦେବା ।
ଅଦୃଷ୍ଟ ଦ୍ଵାହିରେ ସମ୍ପର୍କ କୁ କେବେ
ସ୍ଵାର୍ଥରେ ତଉଲିବାନି
ଅଦୃଷ୍ଟ ରହିବ ଅଦୃଷ୍ଟ ଯାଗାରେ
ପଥ କେବେ ଭୁଲିବାନି ।
ଅଦୃଷ୍ଟ କୁ ଭୁଲି ଅଦୃଶ୍ୟ ଶକ୍ତି କୁ
ଆବାହନ ଯେ କରିବା
ଚାଲ ପ୍ରଭୁ ପଦେ ମତି ରଖି ଆମେ
ଜୀବନ ପଥ ଚାଲିବା |