Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Inspirational

3  

Ajit Kumar Raut

Inspirational

ଅଧୁରା ସ୍ୱପ୍ନ

ଅଧୁରା ସ୍ୱପ୍ନ

1 min
319


କେହୁ କୁହେ ଜନ ସ୍ୱପ୍ନ ସତ୍ୟ ହୁଏ

କେହୁ କୁହେ ଏହା ମିଥ୍ୟା,

ଜୀବନରେ ସ୍ୱପ୍ନ ସତ୍ୟ ବଚନଟି

ସତ୍ୟ ହେଉ ଅବା ମିଥ୍ୟା।୧।


ରାତି ଘନଘୋର ଅମାବାସ୍ୟା ପୁଣି

ଥକି ଥିଲା ମୋ ବଦନ,

ରାତି ଦଶଟାରେ ଖାଇଣ ପିଇଣ

ଶୋଇ ଗଲି ଅତେତନ।୨।


ଦେଖୁ ଥିଲି ମୁହିଁ ଅପୂର୍ବ ରୂପକୁ

ଛିଡା ହୋଇ ଥିଲା ପାଶେ,

ମନୋହର ରୂପ ଝଲକି ପଡିଲା

ଦେଖୁ ଥିଲି ମୁହିଁ ପାଶେ।୩।


ବଡ଼ଠାକୁର କି ଘରକୁ ଆସିଲେ

ଭକ୍ତିପୂର୍ଣ୍ଣ ହେଲା ମନ,

ମଥା ନଇଁ ଗଲା ଚରଣେ ତାଙ୍କର

ଦେଖୁ ଥିଲି ଜନାର୍ଦ୍ଦନ।୪।


କହୁଥିଲି ମୁହିଁ ପ୍ରଭୁ ଜଗନ୍ନାଥେ

ସୁଦୟା କରିଲ ମତେ,

ଅଭିଳାଷ ମୋର ପୂରଣ କରିଲ

କି ଦେଇ ପୂଜିବି ତତେ।୫।


ବିନତି ହୋଇଣ କହୁଥିଲି ମୁହିଁ

ସତ୍ୟପଥେ ନିଅ ପ୍ରଭୁ,

ରାଷ୍ଟ୍ରର କାର୍ଯ୍ୟରେ କର୍ମୀ ହୋଇଥିବି

ଧର୍ମପଥେ ନିଅ ପ୍ରଭୁ।୬।


ଜନସେବା କର ଜୀବନର ମନ୍ତ୍ର

ପଦେ ତବ ଭକ୍ତି ରହୁ,

ନିଃସ୍ୱାର୍ଥର ଭାବ ଜାଗ୍ରତ କର ହେ

ସତ୍ୟ ବାଟ ସଦା ରହୁ।୭।


କହୁଥିଲି ସବୁ ନିକଟେ ତାଙ୍କର

ନିଦ ଭାଙ୍ଗି ଗଲା ମୋର,

ନ ଦେଖିଲି ଆଉ ଅପୂର୍ବ ରୂପକୁ

ସ୍ଵପ୍ନ ହିଁ ଅଧୁରା ମୋର।୮।


ଚକାନୟନର ରୂପ ଦିଶୁଥିଲା

ପ୍ରତ୍ୟକ୍ଷ ଦର୍ଶନ କଲି,

ଗୁଞ୍ଜୁ ଅଛି ମନେ ଆଜି ଯାଏଁ କଥା

କାଳିଆ ପରି ଦେଖିଲି ।୯।


କେହୁ କୁହେ ଜନ ସ୍ୱପ୍ନ ସତ୍ୟ ହୁଏ

କେହୁ କୁହେ ଏହା ମିଥ୍ୟା,

ଜୀବନରେ ସ୍ୱପ୍ନ ସତ୍ୟ ବଚନଟି

ସତ୍ୟ ହେଉ ଅବା ମିଥ୍ୟା।୧୦।



Rate this content
Log in

Similar oriya poem from Inspirational