Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Romance

4.0  

Jagannath Barik

Romance

ଅଧୁରା କାହାଣୀ

ଅଧୁରା କାହାଣୀ

1 min
334


ଦିନ ଚାରିଟାରେ ଜରୁରୀ କାମରେ

  ବାହାରିଲି ବନ୍ଧୁଘର

ଆଭିଏଟରରେ  ବସି ତରତରେ

  ଚାଳିଶ କିମି ବେଗର |

ରାସ୍ତାକଡ଼ରେ  ଆମ୍ବଗଛ ମୂଳେ

   ଅଚିହ୍ନା ତରୁଣୀ ଜଣେ

ହାତ ଠାରି ମୋତେ ଅଟକାଇ ଦେଉ

   ରହିଗଲି ତତକ୍ଷଣେ |

କେଉଁଠିକୁ ଯିବ ପଚାରନ୍ତେ ମୋତେ 

  କହିଦେଲି ଭାଆପୁର

ଗୋଡ଼ିଝରିଆ ମୁଁ ଯାଇଥାନ୍ତି ଭାଇ

  ନେଇଯାଅ ଦୟାକର |

ଅନେକ ବେଳରୁ ଅପେକ୍ଷା କରିଛି

   ବସ ତ ଆସୁନାହିଁ

ହେବି ହଇରାଣ ତୁମକୁ ମୋ ରାଣ

   ଆନ କିଛି ଭାବ ନାହିଁ |

ବସିଲା ପଛରେ ଚଳାଇଲି ଧିରେ

  ସପନରେ ଗଲି ଭାଷି

ରୂପ ରାଇଜର ଅପରୂପା ପରୀ 

 ମରତେ କି ଅଛି ଆସି |

ଅପୂର୍ବ ସୁନ୍ଦରୀ ଚାରୁ କୃଶୋଦରୀ 

  ଛନ ଛନ ଯଉବନା 

ଗୋଲାପୀ ଅଧର ସ୍ମିତ ହସ ଧାର

  ପିକ ଭାଷୀ ଚନ୍ଦ୍ରାନନା |

ବିପୁଳ ସମ୍ପଦ ହେବ କି ବିପଦ

   ଶିହରଇ ତନୁମନ

ବାଳା ଅଙ୍ଗ ସ୍ପର୍ଶ ଅନୁପମ ସୁଖ

   ଅନୁଭବେ ଅନୁକ୍ଷଣ |

କୋଟି ପୁଣ୍ୟବଳେ ମିଳିଛି ଏପରି

  ସଂସାର ସାର ଲଳନା

ଅଙ୍ଗରେ ଅନଙ୍ଗ ପ୍ରହାରି କଲମ୍ବ

  କରିଲାଣି ଆନମନା |

ଆସିଲା ସହସା ପବନ ବରଷା

  ଦର ଦର ଓଦା ହୋଇ

ନିକଟରେ ଏକ ଭଙ୍ଗା ଚାଳିଆରେ

  ଆଶ୍ରା ନେଲୁ ଦୁହେଁ ଯାଇ |

କୋଟି ନିଧି ସତେ ମିଳିଗଲା ମୋତେ

  ନିକାଞ୍ଚନ ପରିବେଶ

ମନ ଖୋଲା କଥା ଆରମ୍ଭିଲା ସିଏ

   ଆସିଲା ମୋର ସାହସ |

ଧିରେ ଧିରେ ଦୁହେଁ ଆକର୍ଷିତ ହୋଇ

   ଲାଗି ଗଲୁ ପରସ୍ପର

ଚୂର୍ଣ୍ଣିଳ କୁନ୍ତଳ ସାଉଁଳି ଚଞ୍ଚଳ

   ଚୁମା ଦେଲି ବାରବାର |

ବର୍ତ୍ତୁଳ ଉରଜେ ଚାଳିଲି କରଜ

   ଇସି ଇସି ଭାଷୁଥିଲା

କାମରାଜ ବ୍ରତେ ହେବାକୁ ଉଦ୍ୟତ 

   କା ଗାଡ଼ି ଶବ୍ଦ ଶୁଭିଲା |

ଅଦୂରରେ ସେହି ଟ୍ରକ ରହିଲା

  କାହାଣୀ ରହିଲା ଅଧା

ଥମିଛି ବରଷା ବାହାରି ସହସା 

  ସ୍କୁଟିରେ ବସିଲୁ ସିଧା |

ଯାଉ ଟିକେ ବାଟ ତା ଭାଇର ଭେଟ

   ହୋଇଗଲା ଅକସ୍ମାତ

ରଖ ଗାଡ଼ି କହି ଭାଇର ପଛରେ

   ବସିଲା ଯାଇ ତୁରିତ |

  


Rate this content
Log in

Similar oriya poem from Romance