Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tankadhar Majhi

Others

4.5  

Tankadhar Majhi

Others

ଅଧିକାର

ଅଧିକାର

1 min
254



ସମାନ ଅଧିକାର ବଞ୍ଚିବାର

ତଥାପି..

କିଏ ଭୋକରେ, 

କିଏ ରୋଗରେ ମରୁଛି ?

ମରିବାଟା ସାଧାରଣ ହୋଇଗଲାଣି

ଏମିତି ତ ମାନବିକତା ବି ଗଲାଣି 

ଛୁଆଁ ଛୁଇଁରେ,

ତୁମେ ମତେ ଛୁଁଉନ ଆଉ ମୁଁ ତୁମକୁ

ଆମେ ଅଛୁଁଆ ହୋଇ ଯାଇଛେ

ଆଉ ବି କେତେ ଜଣ ଅଛନ୍ତି

ସେମାନେ ଏ ରୋଗକୁ ଛୁଉଛନ୍ତି 

ମଣିଷ, ପଶୁର ସ୍ବାସ୍ଥ୍ୟ ଖାଦ୍ୟ କଥା ବୁଝି,

ନିରନ୍ତର ଭାବୁକ ହେଉଛନ୍ତି

ଆଉ କେତେ ଜଣ ରାଜନୀତିରେ

ତୁ ତୁ ମେ ମେ ହୋଇ ଲଢୁଛନ୍ତି ।

ଅଧିକାର,

କାହା ଭାଗରେ ଜୀବନ 

ଆଉ କାହା ଭାଗରେ ମୃତ୍ୟୁ ।

ଛଡେଇ ନେଉଛନ୍ତି କିଏ କିଏ

ଅଧିକାରର ସୁଖୀ ଜୀବନକୁ ।




Rate this content
Log in