ଅଦେଖା ସ୍ବର
ଅଦେଖା ସ୍ବର
ଚାତକର ସମ ରହିଛନ୍ତି ସର୍ବ
ତୃଷାର୍ତ୍ତ ହୃଦୟ ନେଇ
ଆସିବ ବରଷା ବରଷି ଯିବ ସେ
ମେ ଉନ୍ମାଦନା ଦେଇ।
କାହିଁପାଇଁ ତୁହି ଯାଉଅଛୁ ଲୁଚି
ତୋବିନା ଆକୁଳ ମନ
ରୁଣୁଝୁଣୁ ତୋର ପାଉଁଜିର ଶବ୍ଦ
ଚାହିଁ ବସିଛନ୍ତି ଜନ।
କାଳବଇଶାଖି ରୂପ ନେଇ ପଛେ
ଆସିଯା' ପୃଥିବୀ ପୃଷ୍ଠେ
ସାଥେ ନେଇ ତୋର ଉଦ୍ଧତ ସମୀର
ବରଷି ଯାଆତୁ ରୁଷ୍ଠେ।
ମୁଢ ମତି ଜନେ ବୃକ୍ଷକୁ ନିପାତି
କରୁଛନ୍ତି ଯେଣୁ ଦୋଷ
ଜଳ ଉଷ୍ପେଦନ ପ୍ରକ୍ରିୟାରେ ବାଧା
ହେଉଛୁ ତେଣୁତୁ ରୋଷ।
ଗ୍ରୀଷମର ସାଥେ ମିଳାଇଣ ହସ୍ତ
ଅଗ୍ନିବର୍ଷୁ କୋପକରି
ମହୀବାସୀଙ୍କର ଆର୍ତ୍ତଚିତ୍କାରରେ
ଆତ୍ମଘର୍ବେ ଯାଉ ସରି।
ଖୋପକରି ତୁହି ଦେଖାଉଛୁ ବଳ
ଦେଖିଣ ଜଗତ ଡରେ
ତ୍ରାହିତ୍ରାହି ବୋଲି କରନ୍ତି ଗୁହାରି
ଉଦ୍ଧାରିବୁ ଚରାଚରେ।
ଲୁଚକାଳି ତୁହି ଖେଳନା ବରଷା
ଆସିଯା ହରଷ ମନେ
ଅପେକ୍ଷାର ଅନ୍ତ ଘଟାଇଣ ତୁହି
ବରଷି ଯାଆ ତକ୍ଷଣେ।
ତୋର ଆଗମନ ନିସ୍ତାରିବେ ଜନେ
ଗ୍ରୀଷମ ତୋଡ ଭାଙ୍ଗିବ
ଆଦରେ ତୋହକୁ କରି ଆଲିଙ୍ଗନ
ନିଜକୁ ଧନ୍ଯ ମଣିବ।