Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangotri Priyadarshini

Abstract Action Inspirational

3  

Gangotri Priyadarshini

Abstract Action Inspirational

ଅବ୍ୟକ୍ତ ଅନୁଭବ ୫ମ ଭାଗ

ଅବ୍ୟକ୍ତ ଅନୁଭବ ୫ମ ଭାଗ

1 min
252


ଅପ୍ରକାଶ୍ୟ ସତରେ ଏ ହୃଦୟ ବ୍ୟଥା

ଲୁଚେଇ ଲେଖିଦିଏ ଡାଏରୀ ର ପ୍ରତି ଖାଲି ଫର୍ଦ୍ଦରେ

ଡାଏରୀ ସାନ୍ତ୍ଵନା ଦିଏନି ସତ

ନିଜକୁ ନିଜେ ଆତ୍ମ ପ୍ରବୋଧନା ଦେଇ ହୁଏ

ଅଭିମାନ କରି ହୁଏନି କାହା ଉପରେ

ସହି ହୁଏନି କି କହି ହୁଏନି

ଜଣେ ମଣିଷ ଭିନ୍ନ ଭିନ୍ନ ସମ୍ପର୍କ ରେ ଅଭିନୟ କରି

କେତେ ସଫଳ ହେଇ ପାରେ

ସମସ୍ତଙ୍କୁ ସମାନ ଆତ୍ମ ସନ୍ତୋଷ ଦେବା ଏତେ ସହଜ ନୁହେଁ

ବୁଝେଇ ହୁଏନି କାହାକୁ ଯେ

ମୋତେ ବି ସହଯୋଗ ର ହାତ ବଢ଼େଇ ଦିଅ

ମୁଁ ବି ଭୋଗୁଛି ସମସ୍ତଙ୍କ ଅସନ୍ତୋଷ ଭାବନାକୁ

ଅଳ୍ପ ଅଳ୍ପ ପରସ୍ପର ଠାରୁ ସ୍ନେହ,ସଦିଚ୍ଛା ସହଭାଗିତା

ଘର କୁ ବି ସ୍ଵର୍ଗ କରିଦେବା ମିଳିମିଶି ସଭିଏଁ

ନାରୀ ଟିଏ ଏକାକୀ କେତେ ସହ୍ୟ କରିବ

କେତେ ଦୂର ଟାଣି ନେଇ ପାରିବ ସଂସାର ରଥ

ସେ ଥକି ଯାଉଛି ଧୀରେ ଧୀରେ

ସମୟ ଟା ବି ବଦଳୁଛି

ଆଶା ସଂଚାର କରିବା ନିଜ ଭିତରେ

ଭରଷା ଥାଉ କାଲି ସମୟ କିଛି ଭିନ୍ନ ହେବ

ମୁଁ ତୁମ ମୁହଁ ଦେଖି ଖୁସି ହେବି ଆଉ ତୁମେ ବି

ଡାଏରୀ ତୁମେ ମୋ ସହ ମାେ ଜୀବନ ତମାମ ରହିବ

ମୁଁ ଆଉ ମାେ ଅନୁଭବ ସବୁ ତୁମ ଭିତରେ

ସ୍ମୃତି ର ପରିଚୟ ନେଇ ବନ୍ଦୀ ହେଇ ରହିଯିବେ ।।



Rate this content
Log in