STORYMIRROR

Jyotirmoyee Mohanty

Abstract

3  

Jyotirmoyee Mohanty

Abstract

ଅବସୋସ

ଅବସୋସ

1 min
263


ମୋ ପାପ ରେ ହେଉ କି ପୁଣ୍ୟରେ 

ତୁମକୁ ଆଦି ବସୁଥିବା 

ଅବସୋସ ଟିଏ ମୁଁ, 

ମୋ ପ୍ରାର୍ଥନାରେ ହେଉ କି ଯାଚନାରେ 

କେବଳ ତୁମକୁ ସାଉଁଟୁ ଥିବା 

ତପସ୍ୱିନୀଟିଏ ମୁଁ l


ମୋ ଲୁହରେ ହେଉ କି ହସରେ 

ଝରି ପଡ଼ୁଥିବା ନିରୁତା ଆତ୍ମିୟତା ତୁମେ 

ମୋ ଖାଲି ପଣ କୁ ସମ୍ପୂର୍ଣ ଆବୃତ କରୁଥିବା 

ନିରାଟ ସତ୍ୟଟିଏ ତୁମେ l


ମୋ ପଞ୍ଚ ମହାଭୁତ 

ତୁମ ପଛେ ଦୌଡୁଥିବା 

ମୋ ଅସହାୟ ପଣଟିଏ ତୁମେ, 

ଈଶ୍ୱର ହିଁ ଜାଣନ୍ତି 

ତୁମେ ହିଁ ମୋ ସତ୍ତା 

ତୁମେ ହିଁ ମୋ ଅସ୍ତିତ୍ବ 

ତୁମେ ହିଁ ମୋ ସର୍ବସ୍ୱ 

ସମ୍ପର୍କ ଆମର ଜନ୍ମଜନ୍ମାନ୍ତର l


Rate this content
Log in

Similar oriya poem from Abstract