Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Henarani Senapati

Abstract Inspirational Others

4.5  

Henarani Senapati

Abstract Inspirational Others

ଅଭୂଲା ସ୍ମୃତି

ଅଭୂଲା ସ୍ମୃତି

1 min
466


ଯାଣିଥିଲି ତୁମେ ବଡ ଘର ଝିଅ 

ନିଳ ତୃଷା ମରୀଚିକା ।

କିପରି ହେଲ ଗୋ ନିଷ୍ଠୁର ହୃଦୟା

ସ୍ନେହ ହୀନ ପ୍ରତାରିକା ।


ବଡଲୋକ ଝିଅ ହୋଇପାର ତୁମେ 

ମୋ ପାଇଁ ମନେଇ ପ୍ରିୟା ।

ହୋଇପାର ତୁମେ ଅଲିଅଳି ଝିଅ 

ପ୍ରେମ ହେଇ ପାରେ ନୂଆ ।


ହୋଇଗଲ କେବେ ମୋ ହୃଦ୍ ସ୍ପନ୍ଦନ 

ମନ ମୋର କିଣି ନେଲ ।

ଫୁଲେଇ ସଜନୀ ପ୍ରୀତି ବିଞ୍ଚି ଦେଇ

ଯନ୍ତ୍ରଣା ଖାଲି ଯେ ଦେଲ ।


ସ୍ନେହକାଙ୍ଗାଳ ମୁଁ ତୁମକୁ ପାଇଲି

ଭୁଲିଲି ସାରା ଦୁନିଆ ।

ପାଦ ତଳେ ତୁମ ଆଶ୍ରା ଦିଅ ସଖି 

ଜାହ୍ନବୀ ତୁ ପୁଣ୍ୟତୋୟା ।


କିପରି ସହିବି ବିଚ୍ଛେଦ ତମର

କରି ଥିଲି ଗଳା ହାର ।

ଦୁଃଖ ଦେଇଗଲ ଦୀନ ଦରିଦ୍ରରେ

ପ୍ରାଣ ହେଲା ଛାରଖାର ।


ହୃଦୟକୁ ମୋର ଆସିଗଲ ମାନେ

ଆଉ ନାହିଁ ଫେରିବାର ।

ସାଇତି ରଖିଛି ସାଇତି ରଖିବି

ତୁମେ ଫେରି ଯାଇପାର ।


ଭୁଲିବିନି କେବେ ରାଣ ରେ ସୁନ୍ଦରୀ

ମତି ଭ୍ରମ ହେଇ ଯାଉ ।

ଆଜି ଥିଲ ତୁମେ କାଲି ବି ରହିବ

ତୁମ ପ୍ରେମେ ଜୀବ ଯାଉ ।


ସେସରେ ଏତିକି ମିନତୀ ସୁନ୍ଦରୀ

ସେସ କଥା ମୋ ରଖିବୁ ।

ମୋର ମଲା କଥା ଯେବେ ତୁ ଶୁଣିବୁ 

ମୁଣ୍ଡ ଟିକେ ଧୋଇ ଦେବୁ ।            


Rate this content
Log in

Similar oriya poem from Abstract