Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ଅଭିସାର

ଅଭିସାର

1 min
591



କୁଞ୍ଜ ଶୋଭାବନ   ଉଲ୍ଲସିତ ମନ

     ମାଧବ ମଧୁସୂଦନ

ସୁସ୍ୱରେ ସଘନେ  ଶୁଭେ ପିକ ଡାକ

    ସୁମଧୁର ବେଣୁ ସ୍ୱନ ।

ସଧୀରେ ବହୁଛି    ମଳୟ ମରୂତ

     ସବୁଜ ନବ ପଲ୍ଲବ

ଡାକୁଛନ୍ତି ହରି    ଭକ୍ତେ ହାତଠାରି

    ଆସ ନକର ବିଳମ୍ବ ।

ହରଷ ମନରେ    ସାତ୍ତ୍ଵିକ ଭାବରେ

     ପ୍ରଭୁଙ୍କର ଅଭିସାର

ଲଭିଲେ ସାନ୍ନିଧ୍ୟ    ପରମ ଆନନ୍ଦ

    ସନ୍ତୋଷ ଦିଏ ଅପାର ।

ନବଘନ ଶ୍ୟାମ    ମୋହନ ମୂରତି

      ଅଧରର ଦରହାସ୍ୟ

କିଣିନିଏ ମନ      ହରଇ ବିଷାଦ

    ପାପ ତାପ କରେ ନାଶ ।

ସଦୟ ହୃଦୟ     ଶ୍ରୀକୃଷ୍ଣ କେଶବ

      ଜଗନ୍ନାଥ ନାରାୟଣ

ହୁଅନ୍ତୁ ସହାୟ     ଆପଦ କାଳରେ

      ନିସ୍ତରନ୍ତୁ ସୁଧୀଜନ ।



Rate this content
Log in

Similar oriya poem from Classics