ଅଭିନୟ
ଅଭିନୟ


ଅବୁଝା ମନରେ ବୁଝି ହୁଏ ନାହିଁ
କେବଳ ଏ ଅଭିନୟ
ଧାର ଧାର ଲୁହ ଶୁଖି ନାହିଁ ଜମା
ରଙ୍ଗମଞ୍ଚେ ଚିତ୍ରମୟ ।।
ଭବ ରଙ୍ଗମଞ୍ଚେ ଭାବ ପ୍ରବଣତା
ବହୁ ଶୋଭା ପାଏ ଆଜି
ପରିସମାପ୍ତିରେ ରହି ଯିବ ତାହା
ମିଛ ଅପଳାପ ସାଜି ।।
କାହାକୁ କହିବୁ ଦୁଃଖଦ ନାଟକ
କୁହେଳିକା ଚରିତ ର
ଭୁଲି ଯାଇ ନାହିଁ ଲୋତକ ଧାର ରେ
ହାସ୍ୟ ରସ ଦିବସ ର ।।
ଭେଶଭୁଷା କେତେ ରଙ୍ଗ ବେରଙ୍ଗର
ରଙ୍ଗ ପୁଟ ଦେହ ସାରା
ମୁଖରେ ମୁଖୁଡା ଯୋଚି ଖୁସି ମନେ
ଭାବ ଭଙ୍ଗୀରେ ଆବରା ।।
ହୋଇ ଛାଡ଼ି ନାହିଁ ରଙ୍ଗେ ସେ ମୁଖୁଡା
ଛାଡ଼ିବାର ପ୍ରଶ୍ନ କାହିଁ
ମାତ୍ର ପ୍ରହେଳିକା ମଞ୍ଚରେ ନିଜର
ଲହୁ ଲୁହ ଢାଳି ଦେଇ ।।
କାଳ ବିତିଗଲା ଅଭିନୟ କରି
ଭବ ସଞ୍ଚେ ଛକି ନାହିଁ
ଯବନିକା ଟିକେ ଢାଙ୍କି ହେଲେନ କ୍ଷଣେ
ଏଥୁ ମୁହିଁ ଚଳି ଯାଇ ।।