ଅଭିନୟ
ଅଭିନୟ
ଜୀବନ ଏକ ଅଭିନୟ
କରିଥିବା ସଭିଏଁ ଲୟ
ଦୁନିଆ ରଙ୍ଗ ମଞ୍ଚ ରେ ଅଭିନୟ
କରିବା
କ୍ଷଣିକ ଜୀବନ ମନେ ରଖିବା
ଦୁନିଆ କୁ ଆସିଛନ୍ତି ଦୁଇ ଦିନ ପାଇଁ
ଦିନେ ଜନ୍ମ ଦିନେ ମୃତୁ ହେବରେ ଭାଇ
କିଏ ବାପା,କିଏ ମା, କିଏ କାହା ପୁତ୍ର ହୋଇ ରହିବା
ନିଜ କର୍ତ୍ତବ୍ୟ କେବେ ଅଭିନୟ କରି ନଭୁଲିବା
ମିଛ ମାୟା ସଂସାର ରେ କାହିଁକି ରାଗ ଅଭିମାନ କରିବା
ସଂସାର. ଭିତରେ ସଭିଏଁ ଅଭିନେତା ମନେ ରଖିବା
ଆମେ ଅଭିନୟ କରିବାକୁ ମତ୍ତ୍ୟ କୁ ଆସିଛନ୍ତି
ଈଶ୍ୱର ଆମ ନିର୍ଦେଶକ ହୋଇ ନଚାଉଛନ୍ତି
ଯିଏ ଅଭିନୟ ଭଲ କରିବ
ପୁରସ୍କାର ରେ ତାକୁ ମୁକ୍ତି ମିଳିବ
ଅନେକ ଜନ୍ମ ରେ ଅଭିନୟ କରିଛନ୍ତି
କିଏ କାହା ସାଥିରେ
ତଥାପି ଅଭିନୟ କୁ ସତ ମାନିଲେ ପ୍ରତି ଜୀବନ ରେ
ଶାଶୁ ବୋହୁ ମା ଝିଅ. ପରି ଅଭିନୟ ଯଦି କରିବେ
ସବୁ କଳହ ଛାଡି ଶାନ୍ତି ଆନନ୍ଦ ନିଶ୍ଚୟ ଲଭିବେ
ଜୀବନର ଅଭିନୟ ଯେଉଁ ଦିନ ଶେଷ ହୋଇଯିବ
ଅଭିନୟ ସାରି ଜୀବ ପରମ ଧାମ କୁ
ଯାତ୍ରା କରିବ
ଏମିତି ଅଭିନୟ ପ୍ରତେକ ଭୁମିକାରେ
ରହି କରିବା
ଦୁନିଆ ଆମକୁ ଝୁରୁ ଥିବ ଆମେ ହସି ହସି ବିଦାୟ ନେବା
ଅଭିନୟ ଯେବେ ହୋଇ ଯିବ ନିର୍ମଳ
ଓ ସୁନ୍ଦର
ଜନ୍ମ ମୃତ୍ଯୁ ର ବନ୍ଧନ ରୁ ହୋଇ ଯିବା ଆମେ ପାର ।