Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Others

3  

Ajit Kumar Raut

Others

ଅଭିନୟ

ଅଭିନୟ

1 min
421



ଏ ଭବ ସଂସାର ଅତି ହିଁ ସୁନ୍ଦର ନାହିଁ ତାର ପଟାନ୍ତର 

ଅଭିନୟ ନିତି କର୍ମ ଓ କର୍ତ୍ତବ୍ୟେ ବ୍ୟତୀତ ଜୀବନ ତାର


ଅଭିନୟ କରେ କର୍ମପଥେ ରହି ସତ୍ୟ ଓ ଅହିଂସା ପଥେ 

ଜନମ ଉଦ୍ଦେଶ୍ୟ ଜନସେବା ପାଇଁ ମନୁଷ୍ୟ ଜୀବନ ସାଥେ।


ଜ୍ଞାନ ଧର୍ମ କର୍ମ ମନ୍ତ୍ରକୁ ଧରିଣ କର୍ମପଥେ ସମର୍ପଣ 

ନିଃସ୍ୱାର୍ଥର ଭାବ ମନରେ ରଖିଣ କର୍ମକୁ କରେ ଧାରଣ।


ରାଷ୍ଟ୍ର ସେବା ହୁଏ ଜୀବନେ ଚନ୍ଦନ ଜନସେବା କରେ ମନ୍ତ୍ର 

ଗୃହସ୍ଥାଶ୍ରମରେ ପ୍ରେମ ଭାବ ତାର ଅହିଂସାର କର୍ମ ମନ୍ତ୍ର।


ହିଂସା ଭାବ ନାହିଁ ଜୀବନ ଯାତ୍ରାରେ ପ୍ରଭୁଭକ୍ତି ପଦେ ପଥ 

ନିଜ ମାତୃଭାଷା ମାତୃଭୂମି ସେବା କରଇ କର୍ତ୍ତବ୍ୟ ପଥ।


ରଙ୍ଗମଞ୍ଚ ଏହୁ ଅଭିନୟ ତାର ନାଟକ ସଦୃଶ ମଞ୍ଚ 

ତାର ଅଭିନୟ ଶେଷକୁ କରିଣ ଗମନ ପ୍ରଭୁଙ୍କ ମଞ୍ଚ।


ତାର ଅଭିନୟ ଯେତେ ଦିନ ଏଠି ଅଭିନୟ କରୁଥାଏ 

ଅଭିନୟ ତାର ପୂରଣ ହୋଇଲେ ଆତ୍ମା ପିଣ୍ଡେ ଛାଡିଯାଏ।


ଲିଖନ ପ୍ରଭୁଙ୍କ ଅନର୍ଥ ନୁହେଁ ଯେ ସତ୍ୟ ବଚନଟି ଏହୁ 

ମନୁଷ୍ୟ ଜୀବନ ସାର୍ଥକ ହୁଅଇ କର୍ମ ଅଭିନୟେ ସେହୁ।


ଅଭିନୟ ତାର ସାର୍ଥକ ଟି ହୁଏ ଜ୍ଞାନ କର୍ମ ଭକ୍ତି ବଳେ 

ରାଷ୍ଟ୍ର ଭକ୍ତି କରେ ଜୀବନେ ଚନ୍ଦନ ଜନସେବା କର୍ମବଳେ।


ଏ ଭବ ସଂସାର ଅତି ହିଁ ସୁନ୍ଦର ନାହିଁ ତାର ପଟାନ୍ତର 

ଅଭିନୟ ନିତି କର୍ମ ଓ କର୍ତ୍ତବ୍ୟେ ବ୍ୟତୀତ ଜୀବନ ତାର।



Rate this content
Log in