ଅଭିନୟ
ଅଭିନୟ


ଆଖି ତଳେ ଲୁଚିଥିବା କୋହର କୁହୁଡ଼ିରେ
ପୋଡିଯାଏ ସ୍ଵପ୍ନର ବଉଳ
ଅନ୍ୟମନସ୍କ ମନ ବାରବାର ଭେଟୁଥାଏ
ଉତ୍ତର ବିହୀନ ପ୍ରଶ୍ନ ।
ପାହାଡ଼ ସେପାରେ ଲୁଚିଯାଉଥିବା ସୂର୍ଯ୍ୟ
ମୋ ଅବଶ ବିବଶ ଦେହେ
ଗୋଲାପି ରଙ୍ଗ ବୋଳିଦିଏ ସିନା
ଆଶ୍ବାସନାର ହାତ ପାପୁଲିଟେ ଲମ୍ବିଆସେନା
ମଥା ଉପରକୁ,
ପୁନର୍ବାର ସ୍ବପ୍ନଭଙ୍ଗର ସ୍ମୃତି ଚାରଣେ
ଜଳୁଥାଏ ତିକ୍ତ ହୃଦୟ
ନିସଙ୍ଗତାର ନୀଳ ବହ୍ନିରେ ।
ମଥାରେ ହାତ ଦେଇ ବସି ପଡୁପଡୁ
ଜୀବନ ମତେ ବାଧ୍ୟ କରେ ଉଠିବାକୁ,
ଶୁଖିନଥାଏ ଆଖିରୁ ଲୁହ
ମତେ କିନ୍ତୁ ହସିବାକୁ ପଡ଼େ ପୁନର୍ବାର । ।
-------
ପ୍ରକାଶ ରଂଜନ ପରିଡ଼ା
'ନିଶିପ୍ରଦୀପ', କଏଳପାଳ, ବାତୋ, କେନ୍ଦୁଝର