Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Jena

Inspirational Others

4.0  

Pranati Jena

Inspirational Others

ଅଭିନୟ

ଅଭିନୟ

1 min
200



   


ଅଳିକ ଜୀବନ ଅନେକ ଆଶାରେ

   ଗଢ଼ା ଦେହ, ମନ, ପ୍ରାଣ,

ନିରବ ହୃଦୟ ଭାବନା ସୁପ୍ତରେ

   ଭରି ଯାଏ ମୋ ପ୍ରାଙ୍ଗଣ....


ସଂସାର ଅସାର ମୋହ, ମାୟା ଘର

   ଦିଦିନ କୁଣିଆ ଘଟ,

ଭବରଙ୍ଗ ଭୂମି ଅଭିନୟ ସାର 

   ହାଟ ସରିଗଲେ ବାଟ....


ମିଛର ମାୟା ରେ ନ ପଡି ହେଜରେ

    ସତ୍ୟ ନିତ୍ୟ ଚିରନ୍ତନ,

ସୁକର୍ମେ ସୁପଥ ସୁଗତି ସଧିରେ

    ହୋଇବ ବ୍ରହ୍ମ ଦର୍ଶନ......


ଜନ୍ମରୁ ଜୁଇକୁ ପଥ ନୁହେଁ ଦୂର

  ବୈତରଣୀ କାମନାର,

ସ୍ନେହ, ପ୍ରେମ ଏଠି ଛଳନା ବନ୍ଧୁର

   ମିଛ ଆଶା ବାଲିଘର......


ମମତା ହାଟର କିଣା ବିକା ସମ

   କାହିଁ ବନ୍ଧୁତାର , ପ୍ରେମ,

ଥରେ ବୁଝିଗଲେ ଭାବତ ଅସୀମ

   ଶାଶ୍ୱତ ଚେତନା ସମ ......


ନିସ୍ଵାର୍ଥର ଆଜି ସମ୍ପର୍କ ହଜିଛି

   କେଉଁ ଦୂର ଇଲାକାରେ,

ଯାହାଏ ସଂସାରେ ସ୍ୱାର୍ଥତ ରହିଛି

    ତା ଆସନ ରାଜଦ୍ୱାରେ......


ଠିକିବା, ଠକିବା ଏକା ଅର୍ଥ ନୁହେଁ

    ଭାରି ବ୍ୟଥା ହୃଦୟରେ,

ମଣିଷ ପ୍ରବୃତ୍ତି ବଦଳିବା ନୁହେଁ

   ଜନ୍ମଗତ ସୌରଭ ରେ......


ବଡ଼ପଣ ନେଇ ଅଭିମାନ ଗୁଣେ 

  ଅଂହର ଗାଲିଚା ବୁଣେ,

ସରଳତା ଶବ୍ଦ ଅଭିଧାନ କଣେ

   ରହିଛି ଧିରେ ମଉନେ......


ଅଭିନୟ ଏଠି ଯାଦୁ ବିଦ୍ୟାଳୟ

   ନାହିଁ ପ୍ରୟୋଜନ ମୋର,

ସବୁ ଅଭିନୟେ ସାରି ଅଭିନୟ

  ଶେଷେ ଦୁଃଖ ଯାହା ସାର......


ଅଳପ କଥା ରେ ବ୍ୟଥା ତ ଅନେକ

  ମରମେ ଜ୍ୱଳନ ସିଏ,

ମିଠା କଥା ପଦେ ଆଣେ ଅନୁଭବ

  ଅମୃତ ର ପଥ ପାଏ.......


ପ୍ରଭୁ ପରlତ୍ପର ବିଶ୍ୱ ଚରାଚର

   ଧିଆନେ ରଖିବି ଧ୍ୟାନ,

ଏକା ସେ ନିଜର ଆତ୍ମାରେ ମନ୍ଦିର

    ଓଁକାର ରେ ସଦା ମଗ୍ନ.......

  



Rate this content
Log in

Similar oriya poem from Inspirational