ଅଭିମନ୍ୟୁ ସାମନ୍ତ ସିଂହାର
ଅଭିମନ୍ୟୁ ସାମନ୍ତ ସିଂହାର
ପୂଣ୍ଣ୍ୟ ପବିତ୍ର ମାଟି
ବିଶ୍ଵ ରେ ଖ୍ୟାତ ଓଡ଼ିଶା ନାମ ଟି।
ସେହି ଓଡ଼ିଶା ର କଟକ ସବ ଡିଭିଜନ,
ଯାଜପୁର ବାଲିଆ ଗ୍ରାମ।
ତେଇଶି ଫେବୃଆରୀ ସତରସ ଷାଠିଏ ସାଲ,
ମାଘ ସପ୍ତମୀ ଶନିବାର
ଜନ୍ମ ହୋଇଥିଲେ ଅଭିମନ୍ୟୁ ସାମନ୍ତ ସିଂହାର।
ପିତା ଇନ୍ଦ୍ରଜିତ ମାତା ତୁଳସୀ ଙ୍କ ର ଦୁଇ ପୁତ୍ର
ଅଭିମନ୍ୟୁ ,ସୁରଥ ହୋଇଥିଲେ ଜାତ।
ଜମିଦାରୀ ବୃତ୍ତି ରେ ବ୍ରତୀ ଥିଲେ ପିତା
ପୂର୍ବ ପୁରୁଷ ଙ୍କ ଗୌରବ ରୁ ପ୍ରପାତ ଥିଲା ସତ୍ତା।
ମହା ବିପତ୍ତି ରୁ ବୁଦ୍ଧି ବଳେ ତାଙ୍କ ବଂଶଜ,
ଉଧାରି ଥିଲେ ଅପର ସାତ ସାମନ୍ତ।
ବାଲିଆ ରେ ସାମନ୍ତ ବୋଲାଇଲେ ସେଦିନୁଁ
ସାମନ୍ତସିଂହାର ଉପାଧି ମିଳିଲା ତେଣୁ।
ରସିକ ପିତା ଥିଲେ ଅଭିଙ୍କର,
ତେଣୁ ସେ ଔରସ ପ୍ରଭାବିଲା ସମୟର।
ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କୁ ଗୁରୁ ରୂପେ ପାଇଲେ,
ବେଦ ଶାସ୍ତ୍ର,ସଂସ୍କୃତ ଶିକ୍ଷା ରେ ପାରଙ୍ଗମ ହେଲେ।
ନଅ ବର୍ଷ ରେ ରଚିଲେ
ଚଉତିଶା କରମଙ୍ଗା ଗଛଛାଇ ଗୋ ମୋର ହୂଙ୍ଗୋ,
ପରବର୍ତ୍ତୀକୃତ୍ତି ବାଘ ଚଢ଼େଇ ଗୀତର ରଚନାଶୃଙ୍ଗ।
ବାଲ୍ୟ କାଳ ରୁ କବି ପ୍ରତିଭା ବିକଶିତ,
କଠୋର ସାଧନା ରେ କବି ଦର୍ଶନ ହେଲେ ରାଧାକୃଷ୍ଣ ପ୍ରତ୍ୟକ୍ଷ।
ଇଶ୍ୱରୀୟ ଶକ୍ତି ଲଭିଲେ,
ଓଡ଼ିଶା ବାଣୀ ଭଣ୍ଡାର କୁ ରୁଧି ମନ୍ତ କରିଗଲେ।
ଚଉଦ ବୟସ ରେ ହେଲା ବିବାହ,
କେନ୍ଦ୍ରାପଡ଼ା ର ବିମଳା ଜମିଦାରୀ ଝିଅ ହେଲେ ଜୀବନ ସାଥି ରେ ଥୟ।
ଅଭି, ବିମଳା ଦୁହେଁ ପ୍ରବଳ ବୈଷ୍ଣବ ଭକ୍ତ,
ଦୁହେଁ ଦୁହିଁଙ୍କ ପ୍ରେମରେ ଥିଲେ ଦୃଢ଼ ଯୁକ୍ତ ।
ଜମିଦାର କାମଊରେ ବାରିକ ନେଇ ଦିନେ ବାହାରିଲେ,
ପଛେ ରହି ସ୍ତ୍ରୀ ଙ୍କୁ କଉତୁକେ ତୁମ ସ୍ବାମୀ ମରିଗଲେ କହ ବୋଇଲେ।
ଏମନ୍ତ ବାରିକ କହିଲା ଯାଇ
ମିଥ୍ୟା କଉତୁକ କଥାରେ ପ୍ରାଣ ପ୍ରିୟା ପତ୍ନୀ ଜୀବନ ଦେଲେ ହାରି।
ମ୍ରିୟମାଣ ଅଭିମନ୍ୟୁ ନିଃସଙ୍ଗ ହୋଇଲେ,
କବି ପ୍ରତିଭା କୁ ବିରହେ ଆହୁରି ବିକାଶକଲେ।
ମୋଗଲ ବନ୍ଦୀ ର ଜମିଦାର ଅଭିମନ୍ୟୁ,
ପ୍ରଜା ଙ୍କ ଦୁଃଖ ସୁଖ ରେ ଜୀବନ ଚଳାଇଲେ ତେଣୁ।
ରାଧା ଦାମୋଦର ପ୍ରେମ ରସ ,
ବିଦଗ୍ଧ ଚିନ୍ତାମଣିର ରଚନା ପ୍ରକଟ।
ରୀତି ଯୁଗୀୟ କବି ବୋଲି ,
ଉପେନ୍ଦ୍ର ଭଞ୍ଜ ଙ୍କ ଶିଷ୍ୟ ଥାଇ ପୁଣି।
ରସ,ଶୃଙ୍ଗାର,ଲାଳିତ୍ୟ,ଉପମା,ଭାବ ଗର୍ଭକ କୀର୍ତ୍ତି,
ପ୍ରେମକଳା, ବୈଷ୍ଣବୀୟ କାବ୍ୟ ପ୍ରେମ ଚିନ୍ତାମଣି ସ୍ତୁତି।
ଚିର ସ୍ମରଣୀୟ ଅଭିମନ୍ୟୁ ସାହିତ୍ୟ,
ସମାଜ ର ଦୃତ ପ୍ରଗତି ମୁକ୍ତି ପଥ।
ସାଧନା ତାଙ୍କ ସରି ନଥିଲା
ଅଠରସହ ଛଅ ଜୁନ ମଙ୍ଗଳ ବାରରେ ପ୍ରାଣ ଶରୀର ଛାଡ଼ିଲା।
ବାଲିଆ ଠାରୁ ଏକୋଇଶ ମାଇଲ ଦୂର ହରିପୁର,
ବୃନ୍ଦାବନ ଧାମ ଶେଷ ନିଃଶ୍ୱାସ ସ୍ବପ୍ନ ରହିଲା ସେଠାରେ ଅପୂର୍ଣ୍ଣ।
ରାଧାମୋହନ ଙ୍କ ଅପାର ଆଶିଷ,
ସେହି ଜୁଗଳ ମୂର୍ତ୍ତି ଦେଖି ଦେଖି ଜୀବନ ହୋଇଲା ସମାପ୍ତ।
ତାଙ୍କରି କୃପା ବଳେ
ଅଭିମନ୍ୟୁ ସାମନ୍ତ ସିଂହାର ,
ଓଡ଼ିଆ ସାହିତ୍ୟ କୁ ଯୁଗ ଥିବା ଯାଏ କୀର୍ତ୍ତି ସାଇତି ଦେଇଗଲେ ଅସରନ୍ତି ଭଣ୍ଡାର।