Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Hasyamayee Raj

Others


3  

Hasyamayee Raj

Others


ଅଭିମାନିନୀ ରଜ

ଅଭିମାନିନୀ ରଜ

1 min 12.1K 1 min 12.1K


ଆଜି ରଜ ଆସେ

ଅଭିମାନରେ ବତୁରିଯାଏ

ନିଜ ଭିତରେ

କାହାକୁ କହିପାରେନା

ସହି ବି ପାରେନା

ବ୍ଯଥା ତ ଅନେକ୍

ଲହୁ ଲୁହ ତାର

ଏକାକାର ହେଉଥାଏ

କାହାକୁ କହିବ ସେ

ସୁନେଲି ଅତୀତର ସ୍ମୃତିକୁ

ବାରମ୍ବାର ରୋମନ୍ଥିତ କରୁଥାଏ

ଅବସୋସର ଚଉହଦୀ ଭିତରେ

ବନ୍ଦୀ ହେଇଯାଏ 

ତାର ଶ୍ରୀହୀନ ରୂପ 

ସେ ଖୋଜୁଥାଏ ତାର

ପୂର୍ବର ବୈଭବ।। 


ତା ପାଇଁ କାହା ପାଖରେ

ଆଜି ନାହିଁ ସମୟ

ପୂର୍ବ ପ୍ରସ୍ତୁତି ଅବା

ନାହିଁ ସ୍ବାଗତ ସମ୍ଭାଷଣ

ଯନ୍ତ୍ରବତ୍ ଚାଲିଛି ଜୀବନ

ନା ଅଛି

କୁଆଁରୀ ଝିଅର

ତାକୁ ପାଳିବାର ଆବେଗ

ନା ରଜସ୍ବଳା ମାଟିର ବାସ୍ନାରେ

ଆଭୂଭୂତ ହେବାର ଚମକ

ସେ କିନ୍ତୁ ଅସେ

ଆସିବା ତ ତା କାମ

ତା ପାଇଁ ପ୍ରଣୟର ପରିଭାଷା ଥାଉ

ଅବା ପ୍ରତାରଣାର ଫର୍ଦ୍ଦ

ସବୁକୁ ତ ସେ ଗୋଟେଇ ନେଇଛି, 

ମନ ଭିତରେ

ଅଭିମାନର ଲୁହ ଚାପି

ନିଜ ବାଟେ ପୁଣି ଫେରୁଛି ।।


କୋଉଠି କାଁ ଭାଁ

ଦୋଳି ତ ଝୁଲୁଚି

ହେଲେ କୁଆଁରୀଙ୍କ ମେଳ ନାହିଁ

କି ରଜ ଗୀତର ସ୍ବର

ଭାସି ଆସୁନାହିଁ  

ସବୁ ସେ ଦେଖୁଛି

ସମସ୍ତେ ନିଜ ନିଜର

ସ୍ବପ୍ନ ପୂରଣ ପାଇଁ

ଖୁବ୍ ଗୋଟାଏ ବ୍ଯସ୍ତ

ତାର ଗୋଟାଏ କି ସ୍ବପ୍ନ !!

ଗାଁ ମୁଣ୍ଡରେ ଥିବା

ବୁଢା ବରଗଛ ମୂଳ ବି

ଖୁବ୍ ଶୁନ୍ ଶାନ୍, 

ଯୋଉଁଠି ଦିନେ ଚାଲିଥିଲା

ରଜର ପୂଣ୍ୟ ଦୋଳି ଓ

ଗାଁ ପିଲାଙ୍କର ମେଳ

ଆଜି ଖାଲି ଅବୁଝା ପବନ।। 


ବଦଳିଛି ଜୀବନ

ବଦଳିଛି ମନ

ନା ଅଛି ଖିଲି ପାନ

ନା ଅଛି ବେଣୀ ଅବା ରିବନ୍

ତଥାପି ରଜ ଆସିଲେ

କାହିଁକି କେଜାଣି

ମନ ଭିତରେ ଭରିଯାଏ

ଭିନ୍ନ ସିହଁରଣ, 

ମନେପଡେ ଖୁବ୍ ପିଲାଦିନ

ନାଲି ଫ୍ରକ୍, ଅତର ଆଉ

ଘରରୁ ଦାଣ୍ଡ ମୋର 

ଡେଉଁଥିବା ପାଦ ଓ

ଛମ୍ ଛମ୍ ଶୁଭୁଥିବା

ପାଉଁଜିର ନିକ୍ବଣ ।।



Rate this content
Log in