ଅଭିମାନୀ ଭକ୍ତ
ଅଭିମାନୀ ଭକ୍ତ
ଡାକେ ମୁଁ କେତେ ଶବଦ ରେ
ଡାକ ମୋର କେବେ ଶୁଣୁନା ।।
ଭାବେ ମୁଁ ନିତି ବାରମ୍ବାର
ଭାବନାରେ ମୋର ଆସୁନା ।।
ଶୋଇଲେ ତୋହରି ଚେହେରା
ସପନରେ ଦେଖା ହେଉନା ।।
ଗାଉଛି ତୋ ଗୀତ ଶୋକରେ
ସୁରରେ ରହିଛି ବେଦନା ।।
ପାଉନି ମୁଠାଏ ଭୋଜନ
ତଥାପି ତୁ କିଛି ଦେଉନା ।।
ଦରିଦ୍ର ରଙ୍କୁଣି ମୁହିଁରେ
ମୋ ପ୍ରତି ନିର୍ଦ୍ଦୟ ଭାବନା ।।
ଭୋଜନ ଛପନ ଆହାର
ତଥାପି ଟିକିଏ ଫିଙ୍ଗୁନା ।।
ଦୁଃଖର ଲହରୀ ଛୁଟୁଛି
ଆଖିରେ ତୋ ଲୁହ ଆସେନା।।
ଶୋକରେ ସରୁଛି ଜୀବନ
ଶାନ୍ତି ଟିକେ କେବେ ଦେଉନା।।
ହୁଅଇ ପରାଣ ଆକୁଳ
ବ୍ୟାକୁଳ ଜୀବନ ଦିଅନା।।
ଶ୍ରୀମନ୍ଦିରେ ଅଛୁ ଗୋପାଳ
ଝଡ଼ ବର୍ଷା
କେବେ ଜାଣୁନା ।।
ପାଦ ତଳେ ଟିକେ ଜାଗା ଦେ
ଦେବି ତତେ ତୋର ପାଉଣା ।।
ଭକ୍ତିରେ ଡାକନ୍ତି ଭକତ
କାହାକୁ ସାନ୍ତ୍ଵନା ଦେଉନା ।।
ଆପଣା ଭାବନ୍ତି ସଭିଏ
ହେଉଥାଉ ତୁହି ଅଜଣା ।।
ତୁ ଯଦି ଚାହିଁବୁ ନାହିଁରେ
ମୁଁ ମଧ୍ୟ କାହାକୁ ଚାହେନା।।
ତୋ ପରି ନିଷ୍ଠୁର ପାଖରେ
ସମୟ ମୋ ବ୍ୟର୍ଥ କରେନା ।।
ଦେଖୁଛୁ ତୋ ଚକା ନୟନେ
ତତେ କିଛି ଦେଖା ଯାଏନା ।।
ଭାବଗ୍ରାହୀ ଆରେ କାଳିଆ
ଭୁଲ୍ ମତେ ଜମା ବୁଝନା।।
ତୁହି ଏକା ସାହା ଭରସା
ତତେ ମୁଇଁ ଆଉ ନିନ୍ଦେନା ।।
ଆହା ମୋ କାଳିଆ ସୁନାରେ
ରହିଥାଉ ତୋର କରୁଣା ।।
ଆଶା ଅଛି ମୋର ତୋ ପ୍ରତି
ନିରାଶା କେବେ ତୁ କରନା ।।