ଅଭିମାନ
ଅଭିମାନ
1 min
212
ଆଉ ଗଢିବିନି
ଶବ୍ଦର ମହଲ
ସପନ ସୁଅରେ ଭିଜି
ତୋଳିବିନି କେବେ
ଆଶା ବାଲିଘର
ପ୍ରଣୟ ଢେଉରେ ମଜି l
ହଜେଇ ଦେଇଛି
ମୋହନ ବଇଁଶୀ
ଲୁହର ଯମୁନା ଜଳେ
କେମିତି ଲେଖିବି
କବିତାର ପଂକ୍ତି
ଯନ୍ତ୍ରଣା ଭଉଁରୀ ଖେଳେ l
ଅପସରି ଗଲା
ମୋ ଆକାଶୁ ଜହ୍ନ
ଅନ୍ଧକାର ଘୋଟି ଆସେ
ଉଆଁସୀ ତାରା ମୁଁ
ଶାପଗ୍ରସ୍ତ ଶିଳା
ବେଦନା ସୁଅରେ ଭାସେ l