ଅଭାବ
ଅଭାବ


ଦିନ ଦିନର କଠିନ ପରିଶ୍ରମ
ପରିବର୍ତ୍ତନ କରିବ ବୋଲି ମୋର ଆଶା ଓ ଅବସ୍ଥ।
କରି ଚାଲିଛି କର୍ମ ସହ ଯୁଦ୍ଧ।
ହେଲେ
ହେଲେ ହେଉନି କେବେ ସୁଖ ସହ ମୋର ଭାବ
ରହିଛି ଖାଲି ଅଭାବ ହିଁ ଅଭାବ।
ସମୟ ସମୟ ଧରି କରୁଛି ମୁଁ ତପ
ଭଗବାନଙ୍କ ଆରାଧନା ସହ ତୁଳସୀ ମାଳର ଜପ
ଶରୀର ଆଉ ମନର ସନ୍ତୁଳନ ପାଇଁ
ତଥାପି
ହେଉନି କେବେ ଶାନ୍ତି ସହ ମୋର ଭାବ
ରହିଛି ଖାଲି ଅଭାବ ହିଁ ଅଭାବ।
ଅଷ୍ଟାଙ୍ଗମାର୍ଗର ପ୍ରଚୁର ପ୍ରୟୋଗ
ମନରେ ଅନାବିଳ ବିଶ୍ୱାସ ଓ ଭକ୍ତି
ଆତ୍ମା ସହ ପରମାତ୍ମାର ମିଳନ ପାଇଁ
ନିରାକାରଙ୍କ ସହିତ କଥୋପକଥନ
ତଥାପି
ହେଉନି କେବେ ଶୂନ୍ୟଵ୍ରହ୍ମଙ୍କ ସହ ମୋର ଭାବ
ରହିଛି ଖାଲି ଅଭାବ ହିଁ ଅଭାବ ।
ଦିନ ଦାରିଦ୍ର୍ୟତା ଜର୍ଜରିତ ସଂସାର ରେ
ମୋକ୍ଷ ପ୍ରାପ୍ତି ହିଁ ସର୍ବୋତ୍ତମ।।