ଅଭାବ
ଅଭାବ
ଦିନ ଥିଲା ଧନର ଅଭାବ ଥିଲା
ଭଲ କରି ଖାଇ ପିଇ
ସଂସାର ର ପରିଚାଳନା
କାଠିକର ପାଠ ଥିଲା।
ଘର ଭିତରୁ ଅଭାବର ସ୍ବର
ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ଯନ୍ତ
ସମସ୍ତ ଙ୍କ ମୁହଁ ରୁ ସ୍ପଷ୍ଟ ଶୁଭୁଥିଲା।
ତାରି ଭିତରେ ଗୃହମୁଖ୍ଯ
କଷୁଥିଲେ ଅଭାବ ର ଗଣିତ
ଠିକ୍ ହରିସାର୍ ପିଲାଙ୍କ
ଫେଡାଣ ଫଳ ଦେଖିଲା ପରି।
ମନ କିନ୍ତୁ ତାରି ଭିତରେ ସାଲିସ୍ କରି
ପ୍ରକୃତି କୁ ଉପଭୋଗ କରୁଥିଲା
ନାହିଁ ନାହିଁ ଭିତରେ ହଁ କୁ
ରୂପ ଦେଉଥିଲା।
ସେ ସମୟ ଚାଲିଗଲା
ସମସ୍ତ ଙ୍କ ପାଖେ ଧନର ଅଭାବ ନାହିଁ
କିନ୍ତୁ ମଣିଷ ଟା ପାଲଟିଛି ଯନ୍ତ୍ର
ସମୟ ଟା ଅହରହ ଆଗକୁ ଚାଲିଛି
କିନ୍ତୁ ତାହାର ଅଭାବ
ଆଜି ଅନୁଭବ କରୁଛି ମଶିଷ।
ଘଣ୍ଟା ଭିତରେ ସମୟ କୁ
ବାନ୍ଧିବାର ଚେଷ୍ଟାରେ
ମଣିଷ ନିଜକୁ ବନ୍ଧା ପକେଇଛି।
ଦିନ ରାତି ଏକ କରି ଖଟି ଚାଲିଛି
ଆଉ ତାକୁ ଫୁରୁସତ୍ ନାହିଁ
ପ୍ରକୃତି କୁ ଉପଭୋଗ ଭୋଗ କରିବାକୁ।
ପକ୍ଷୀର କାକଳୀ, ଗାଈ ହମ୍ବାରଡି
ନିଜ ଦେହରେ ଅଜାଡି ପଡୁଥିବା ପବନ
ତାକୁ ଆନମନା କହିପାରୁନାହିଁ ।
ସେ ଖାଲି ଖଟିଚାଲିଛି ଭବିଷ୍ୟତ ପାଇଁ
ଅଭାବକୁ ହଟାଇବାର ଶପଥ ନେଇ।
କେବେ କେବେ ଭାବୁଛି
ସେ କଣ ଅଭାବ କୁ ପାରିବ ହଟାଇ
ଆବିଷ୍କାର କରୁଛି ସେ ଅଭାବ କୁ
ବିଭିନ୍ନ ରୂପରେ।
ମନର ଅଭାବ ପୁଣି ପାହାଡ ଭଳି
ତା ଆଗରେ ଉଭା
ସମସ୍ତ ଶକ୍ତି ଖଟାଇ ଖୁସି ର ସଉଦା କରିବା
ତା ପାଇଁ ଦିବା ସ୍ବପ୍ନ ।
ଯେତେ ଅଭାବ ସେ ପୂରଣ କରୁଛି
ତାହା ର ବୃଦ୍ଧି ଘଟୁଛି
କମିବାର ପ୍ରଶ୍ନ ଉଠୁନାହିଁ ।