STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଅବଚେତନ ରୁ ସଚେତନ

ଅବଚେତନ ରୁ ସଚେତନ

1 min
230



ସୁଖ ଖୋଜିବାକୁ ସୁଖର ହାଟରେ

 ସୁଖରେ ମୁଁ ବୁଲୁଥିଲି,

ସୁଖ ଖୁସି ଆଉ ଆନନ୍ଦ ଭିତରେ

ସୁଖ ଚାବି ହଜାଇଲି,

ସୁଖକୁ ଅଣ୍ଡାଳୁଥିଲି

ସୁଖ ଚାଲିଗଲା ବାଟ ଭାଙ୍ଗି ପରା 

ଦୁଃଖକୁ ମୋ ପାଶେ ଠେଲି।


ଜୀବର ଚେତନା ହେବାକୁ ଜାଗ୍ରତ

  ସଦା ସ୍ମରଣ ଜଗନ୍ନାଥ

ସତ୍, ଚିତ୍ ଓ ଆନନ୍ଦ ମିଶ୍ରଣେ

 ଧ୍ୟାୟିଲେ ସଚ୍ଚିଦାନନ୍ଦ

 ମିଳିବ ଯେ ମକରନ୍ଦ

ଗମନ କଲେ ସତ୍ୟପଥେ ନିଶ୍ଚେ

ହୋଇବ ଚେତନା ଜାଗ୍ରତ।


ଅଭିନୟ ଭରା ଅଟେ ଏହି ଧରା

 ସାଥି ସହଚର ସଦା ସୁଖରେ,

ବେଳ ଉଣ୍ଡି ପୁଣି ଦେଉଥାନ୍ତି ଭଣ୍ଡି

 ବେଳ ଅବା ଅବେଳରେ,

  କଷଣ ଅଟେ ସାରରେ

ପରମାତ୍ମା ପଦେ ଲୀନ ହେବାପାଇଁ

 ରାମନାମ ସଦା ଭଜରେ।


Rate this content
Log in

Similar oriya poem from Inspirational