Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Kumar Biswal

Others

3.5  

Tapan Kumar Biswal

Others

ଅବାସ୍ତବ

ଅବାସ୍ତବ

1 min
104



ଅବାସ୍ତବ କଥା ବାସ୍ତବ ଲାଗେ

ବାସ୍ତବ ଲାଗଇ ମିଛ


କ୍ଷଣକ ପାଇଁ ଖୁସି ଭରିଦିଏ

ଦିଶେ ନାହିଁ ଆଗ ପଛ ll


ମନ ମୋହିନିଏ ଅଜାଣତରେ

ଲାଗେ ଅତି ଆପଣାର


ଜଣାପଡେ ନାହିଁ ଯନ୍ତ୍ର ଯନ୍ତ୍ରଣା

ନିଶ୍ଚିତ ଅତି ଚତୁର ll


ଭଲ କଥା ଯେ ଭେଲ ପରିଲାଗେ

ନିମ ଯେହ୍ନେ ଲାଗେ ପିତା


ଅତୀତ ଖୋଜିଲେ ଜମା ମିଳେନା

ସେ ଅଡୁଆ ଖିଅ ସୁତା ll


ମଧୁ ରସ ମିଶା ରସ ଅନେକ

ଅସଲରେ ମଧୁ ନୁହେଁ 


ସୁରାକ ନପାଇ ସୁରାକ ଖୋଜି

ଏକି ଅବାସ୍ତବ ନୁହେଁ ll


ନିଶ୍ଚେ ଯେତେ ଚେଷ୍ଟା କଲେ ବି ତୁମେ 

ହାତରେ ନ ଧର ଶଶୀ


ନିଶ୍ଚିତ ଭାବେ ଅବାସ୍ତବ ଠାରୁ

ବାସ୍ତବ ର ମୂଲ୍ୟ ବେଶୀ ll


Rate this content
Log in