ଅବାସ୍ତବ ସ୍ବପ୍ନ
ଅବାସ୍ତବ ସ୍ବପ୍ନ
ଦୂର ଆକାଶକୁ ଚାହିଁଲେ ସତେ ଅବା ଚାପି ଧରନ୍ତି ଛାତିତଳେ,
ସତକୁ ଅନୁଭବ କଲେ ଏ ଆମ ମନରେ ଭ୍ରମ।
ଦୂରୁ ଦୂରୁ ତାଳଗଛକୁ ଅନେଇଲେ ଲାଗେ ସତେ ମିଶିଛି ଆକାଶ ବକ୍ଷତଳେ,
ବାସ୍ତବତାକୁ ବୁଝିଲେ ଏ ଆମ ଆଖିର ଭ୍ରମ।
ସେହି ପରି ତମ ପାଇଁ ଦେଖିଥିବା ସ୍ବପ୍ନ ସବୁ ଅବାସ୍ତବ,
ବୁଝିକି ଅବୁଝା କୃଷ୍ଣସାର ମୃଗ ପରି ଧାଉଁଥାଏ ଅବିରତ।
ଜଣା ନାହିଁ ତମ ମନର ଆବେଗ ବିଶ୍ବାଷରେ ମୋ ହୃଦୟ ତମସହ ଜଡିତ,
ଥରେ ହୃଦୟରେ ଅନୁଭବ କର ଏ ହୃଦୟ ତମ ପାଇଁ କେତେ ବ୍ୟାକୁଳିତ।
ଅଭିମାନ କର ଠିକ କିନ୍ତୁ ଏତେ ଅଭିମାନ ନକର ଯେମିତି ସଂପର୍କରେ ନପଡୁ ଫାଟ,
ତମେ ଯେ ବାସ୍ତବ ସ୍ବପ୍ନ ଅବାସ୍ତବ କେମିତି ବାନ୍ଧିବି ସେତୁ ବନ୍ଧ ସତ।
ସ୍ବପ୍ନ ଆଉ ବାସ୍ତବତା ସହ ସେତୁ ବନ୍ଧ ବାନ୍ଧିବି ଆଉ ତମକୁ ନୁହେଁ ତମ ଛବି କେଉଁଠି ପାଇବି।