STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଆତ୍ମସମ୍ମାନ

ଆତ୍ମସମ୍ମାନ

1 min
299


କର ନାହିଁ କେବେ କୁକର୍ମ ଅକର୍ମ

ତଳକୁ ହୁଅଇ ମୁଣ୍ଡ 

ଅଟେ ମାନବିନ୍ଦୁ ଆତମ ସମ୍ମାନ 

ଜୀବନର ମେରୁଦଣ୍ଡ ।


ବଢେ ମନୋବଳ ଆନନ୍ଦ ଉତ୍ସାହ 

ସନ୍ତୋଷ ଓ ସୁଖ ଶାନ୍ତି

ଆତମ ସମ୍ମାନ ବଢାଏ ଦୃଢ଼ତା

ଯୋଗାଏ ଜୀବନୀ ଶକ୍ତି ।


ମାନସିକ ସ୍ବାସ୍ଥ୍ୟ ରଖେ ସନ୍ତୁଳିତ

ମଣିଷ ଆତ୍ମ ସମ୍ମାନ 

କାର୍ଯ୍ୟ ଦକ୍ଷତାକୁ କରିଥାଏ ବୃଦ୍ଧି

ବିକଶେ ଜ୍ଞାନ ସୁମନ ।


ଆତ୍ମ ଗର୍ବ ନୁହେଁ ଆତମ ସମ୍ମାନ 

ଅଟଇ ଅହିତକର 

ବୁଝି ଭେଦାଭେଦ ଆଚରେ ସୁଗୁଣ

ସୁଧୀର ବିଜ୍ଞାନୀ ନର ।


ସୁବିଶ୍ବାସ ଜ୍ଞାନ ଅଭ୍ୟାସ ଉତ୍ତମେ

ବିକଶେ ଆତ୍ମ ସମ୍ମାନ 

ସୁପାତ୍ର ଆପଣା ଯୋଗ୍ୟତା ବଳରେ

ଅର୍ଜଇ ସମ୍ମାନ ମାନ ।

  



Rate this content
Log in

Similar oriya poem from Inspirational